ବାଲେଶ୍ୱର (ଡି.ଏଚ୍) (ନରେନ୍ଦ୍ର ପ୍ରସାଦ ବେହେରା) ;ଗତକାଲି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ଭଵନ ପରିସରରେ ବ୍ଲକ ଅଧକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ଜଣ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଡିଏମ ସମ୍ବିତ କୁମାର ନାୟକ, ଏସପି ପି ଯୁଗଳ କିଶୋର, ପିଡି ରାମଚନ୍ଦ୍ର ଜେନା, ସିଡିଏମଓ ବାଲାଜୀ ପ୍ରସାଦ ଛୋଟରାୟ, ବିଡିଓ ମହେଶ୍ ଚୌଧୁରୀ ଓ ଅତିରିକ୍ତ ତହସିଲଦାର ବିଭାସ୍ ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବିଭିନ୍ନ ଅଭିଯୋଗର ସମାଧାନ କରିଥିଲେ । ଏହି ଶିବିରରେ ସର୍ବମୋଟ ୧୧୬ ଟି ଅଭିଯୋଗ ହୋଇଥିବାବେଳେ ଏଥିରେ ମୁଖ୍ୟ ପ୍ରସଙ୍ଗ ଥିଲା ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ବଦଳି ସ୍ଥଗିତ କରିବା । ଖଇରା ବ୍ଲକର ଜନ ପ୍ରତିନିଧିମାନେ ମଧ୍ୟ ଆଇଆଇସିଙ୍କ ବଦଳିକୁ ବିରୋଧ କରି ଏସପି ଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଗତ ଅକ୍ଟୋବର ୧୦ ତାରିଖ ଦିନ ସିମୁଳିଆ ଥାନା ଅଧୀନ ବରଦା ବିଷ୍ଣୁପୁର ଗ୍ରାମର ଘଟି ଯାଇଥିବା ହତ୍ୟା କାଣ୍ଡର ଆସାମୀ ଆଜି ପର୍ଯ୍ୟନ୍ତ ଧରାଯାଇ ନଥିବାରୁ ମୃତକଙ୍କ ପତ୍ନୀ ସବିତା ରାଣୀ ମାଝୀ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଥିରେ ବିଶେଷତ ଆବାସ ଯୋଜନା, ରାସନ୍ କାର୍ଡ ପ୍ରଦାନରେ ଦୁର୍ନୀତି, ଭତ୍ତା ବଣ୍ଟନରେ ଅନିୟମିତତା ସମ୍ପର୍କରେ ଅଭିଯୋଗ ହୋଇଥିଲା।
















