ପାରଳାଖେମୁଣ୍ଡି (ଡି.ଏଚ୍) ; ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରି ସାହି ସ୍ଥିତ ମା, କୁରେଈଶୁଣି ଠାକୁରାଣୀଙ୍କ ଘଟ ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ଘଟ ପର୍ବ କିପରି ଆୟୋଜିତ ହେବ ଏବଂ ତାହାର ରୂପ ରେଖ କିପରି ରହିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତା ବର୍ଷ ଏପ୍ରିଲ ୨୯ରୁ ଏହା ଆରମ୍ଭ ହୋଇ ମେ ୫ ପର୍ଯ୍ୟନ୍ତ ଚାଲିବ । ସମସ୍ତେ ସମନ୍ୱୟ ରକ୍ଷା କରି ଏହାକୁ ସଫଳ କରିବାକୁ ମନ୍ଦିର କମିଟି ପକ୍ଷରୁ ସ୍ଥିର କରାଯାଇଛି । ଏହି ଘଟ ପର୍ବ ଧୁମ୍ ଧାମରେ ପାଳନ କରାଯିବ ପାଇଁ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ଆଥିକ ବ୍ୟୟ ଅଟକଳ କରାଯାଇଥିଲା । ଏହି ବୈଠକରେ କମିଟି ସଭାପତି ଉଦୟ ବେହେରା, ଉପ-ସଭାପତି ରମେଶ ପାଣିଗ୍ରାହୀ, ସମ୍ପାଦକ ସୁରେଶ, ବାବୁନା ବେହେରା, ନୃସିଂହ ପ୍ରସାଦ ପାତ୍ର, ବାଳନନ୍ଦ୍ର ରଥ, ପୂଣ୍ଣ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।
















