କୋଟଗଡ (ଡି.ଏଚ୍/ନଳିନୀ କାନ୍ତ ମିଶ୍ର) ; ସୁଦୁର ଅଷ୍ଟ୍ରେଲିଆ ରୁ ଆସିଥିବା ବିଦେଶୀ ପର୍ଯ୍ୟଟକ ଙ୍କ ଭିଡ଼ କନ୍ଧମାଳ ଜିଲ୍ଲା ରେ ଦେଖିବାକୁ ମିଳିଛି । ଦାରିଙ୍ଗବାଡି ର ପର୍ଯ୍ୟଟନ ସ୍ଥଳୀ ବୁଲିବା ସାଙ୍ଗକୁ କୋଟଗଡ ବ୍ଲକ ର ସୁବର୍ଣ୍ଣଗିର ଠାରେ ଥିବା ଲୁଡୁ ଜଳ ପ୍ରପାତ ତୁମୁଡିବନ୍ଧ ବ୍ଲକ ରେ ଥିବା ଫୋରେଷ୍ଟ କୋଟଜ ର କାଠ ବଙ୍ଗଳା ରେ ଭିଡ ଦେଖିବାକୁ ମିଳିଛି । ବିଦେଶ ରୁ ଆସିଥିବା ପର୍ଯ୍ୟଟକ ଙ୍କ ଦୁନିଆ ହାଲଚାଲ ରିପୋର୍ଟର ସେମାନଙ୍କ ସାଥିରେ କିଛି ସମୟ ବାର୍ତାଳାପ କରି ସେମାନଙ୍କ ବିଷୟ ରେ ପଚାରି ବୁଝି ବାରୁ ସେମାନେ ଅଷ୍ଟ୍ରେଲିଆ ରୁ ୨ ମାସ ପାଇଁ ଭିସା କାଟି ଓଡିଶା କୁ ଆସିଛୁ ଓ ଓଡିଶା ର ଭୁବନେଶ୍ୱର ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଓ କୋଣାର୍କ ପୁରୀ ବେଳାଭୂମି ଓ ଗଜପତି ଜିଲ୍ଲା ର ତପ୍ତପାଣି, ଚନ୍ଦ୍ର ଗିରି ଠାରେ ଥିବା ତିଭିୟତ ମାନଙ୍କ ମନ୍ଦିର ଓ କନ୍ଧମାଳ ର ରାଇକିଆ ଠାରେ ଥିବା ମଣ୍ଡାସୁର ଠାରେ ଥିବା ଏକ ଗୁମ୍ଫା ଓ ଦାରିଙ୍ଗବାଡି ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ପରେ ତୁମୁଡ଼ିବନ୍ଦ ବ୍ଲକ ର କ ବେଲଘର ଠାରେ ଥିବା କାଠ ବଙ୍ଗଳା ଦେଖିବା ପରେ କୋଟଗଡ ବ୍ଲକ ର ସୁବର୍ଣ୍ଣଗିରି ଠାରେ ଥିବା ଲୁଦୁ ଜଳ ପ୍ରପାତ ବୁଲି ଦେଖିଥିବା ଜଣାପଡିଛି ।
















