କୋଦଳା,୧୧/୧୨,(ଡି.ଏଚ/ହିମାଂଶୁ ପାଢ଼ୀ) : ସୁମଣ୍ଡଳ ପଞ୍ଚାୟତରେ ସ୍ଵେଚ୍ଛାସେବୀ , ଯୁବକ ସଙ୍ଘ ଓ ମହିଳା ସଙ୍ଘର ପ୍ରଚେଷ୍ଟାରେ ମଦକୁ ବନ୍ଦ କରିବାରେ ସଫଳ କରିବାକୁ ଚେଷ୍ଟା କରୁଥିବା ବେଳେ ବାହାରୁ ଲୋକେ ଆସି ଚୋରାରେ ମଦ ବିକିବାକୁ ନେଇ କ୍ଷ୍ଯୋଭ ପ୍ରକାଶ କରିଛନ୍ତି ୲ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ କାଳି ମନ୍ଦିର ଠାରେ କିଛି ସ୍ଵେଚ୍ଛାସେବୀ ଯୁବକ ମାନେ ଏକ ଯାଗାରେ ଠିଆ ହୋଇଥିବା ବେଳେ ଖଲିକୋଟ ବ୍ଲକ ଅନ୍ତର୍ଗତ ନୁଆପଲ୍ଲୀ ଗ୍ରାମର ସୁରେଶ ଶବର ନିଜର ଓଡି 07H 5379 ଗ୍ଲାମର ଗାଡିରେ ଏକ ବସ୍ତା ମହୁଲି ମଦ ଚୋରା ଚାଲାଣ କରୁଥିବା ସମୟରେ ତାକୁ ଅଟକ ରଖି ଖଲିକୋଟ ଅବକାରୀ ବିଭାଗକୁ ଖବର ଦେଇଥିଲେ ୲ ଖବର ପାଇ ଅବକାରୀ ଅଧିକ୍ଷ୍ଯକ ଦୀପ୍ତିମୟୀ ସାହୁ ଦଲବଳ ସହିତ ସେଠାରେ ପହଞ୍ଚି ମୋଟର ସାଇକଲ ସମେତ ଏକ ବସ୍ତା ମହୁଲି ମଦ ଜବତ କରି ସୁରେଶକୁ ନିଜ ହେପାଜତରେ ନେଇଥିବା ଜଣାପଡ଼ିଛି ୲
















