ବ୍ରହ୍ମପୁର,୧୧/୧୨,(ଡି.ଏଚ/କିରଣ କୁମାର): ଆଜି ଅର୍ଥାତ ଡିସେମ୍ବର ୧୦ ତାରିଖକୁ ଭାରତୀୟ ସମ୍ବିଧାନର ମାନବିକତା ଅଧିକାର ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଆଇନ ବିଭାଗର ସଭାଗୃହରେ ମାନବିକତା ଅଧିକାର ଦିବସରେ ସମ୍ବିଧାନର ମୌଳିକ କର୍ତ୍ତବ୍ୟ ଉପରେ ଆଲକପାତ କରାଯାଇଥିଲା । ଏହି ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଵ୍ରହ୍ମପୁର ଜିଲ୍ଲା କୋର୍ଟର ସବ ଜର୍ଜ ତଥା ଗଞ୍ଜାମ ଜିଲ୍ଲା ଆଇନ ପ୍ରାଧିକରଣ ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ ଯୋଗ ଦେଇ ଆଇନ ବିଭାଗର ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନବିକତା କର୍ତ୍ତବ୍ୟ ଉପରେ ଆଲୋକପାତ କରାଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଇନ ବିଭାଗର ମୁଖ୍ୟ ଡ଼. ଭାଗିରଥି ପାଣିଗ୍ରାହୀ ଯୋଗଦେଇ ସମାଜରେ ନ୍ୟାୟ ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାନବିକତା ଅଧିକାର ସହ ନିଜର କର୍ତ୍ତବ୍ୟକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ।ସେହିପରି ବିଭାଗର ପ୍ରଫେସର ଦିଲ୍ଲୀପ ମହାପାତ୍ର, ପ୍ରଫେସର ଚିତ୍ତ ରଞ୍ଜନ ଗୋଗେଇ,ପ୍ରଫେସର ତ୍ରିଲୋଚନ ଲେଙ୍କା ଯୋଗଦେଇ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନବିକତା ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଆଲୋଚନା କରି କର୍ତ୍ତବ୍ୟ ପାଳନ କରିବାକୁ କହିଥିଲେ।ପରିଶେଷରେ ସବ ଜର୍ଜ ବିଜୟ କୁମାର ଦାସ ଆଇନ ବିଭାଗରେ ଏକ ଲିଗାଲ କ୍ଲିନିକ ଖୋଲିବାର ପ୍ରତିଶ୍ରୁତି ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରମୋଦ ମହାରଣା, ଧର୍ମେନ୍ଦ୍ର ରାଉଳ, ନରେନ୍ଦ୍ର ନନ୍ଦ, ଧୀରେନ ମହାରଣା, ରାଣୀ ସାହୁ,ସୁଦର୍ଶନ ସେଠୀ, ସିମଲା ରାଣୀ ପାଦର,ମଧୁ, ଝିଲ୍ଲୀ, ରାଜେଶ ପ୍ରମୁଖ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
















