କୋଦଳା (ଡି .ଏଚ/ହିମାଂଶୁ ପାଢ଼ୀ ) ଗଞ୍ଜାମ ଜିଲ୍ଳା କୋଦଳା ସ୍ଵେଚ୍ଛାସେବୀ ସଙ୍ଗଠନ “ସାଇମା”ଦ୍ଵାରା ପରିଚାଳିତ ଡି ପି ମିଶ୍ର ଅଗ୍ରଗାମୀ ସ୍ଵତନ୍ତ୍ର ଓ ବୈଷୟିକ ଶିକ୍ଷ୍ୟା ପ୍ରତିଷ୍ଠାନ(ସ୍ଵତନ୍ତ୍ର ବିଏଡ କଲେଜ )ଓ ତାଲୂକା ସ୍ତରୀୟ ସେବା କମିଟି ଆନୂକୁଲ୍ୟ ରେ ମାନବ ଅଧିକାର ଦିବସ ପାଳିତ ହୋଇ ଯାଇଛି ୲ ଏହି ଅବସର ରେ କଲେଜ ପରିସର ମଧ୍ୟ ରେ ଏକ ବର୍ଣାଢ୍ୟ ପରିବେଶ ରେ ସଭାକାର୍ଯ୍ୟ ଆୟୋଜିତ ହୋଇଥିଲା ୲ ଆୟୋଜିତ କାର୍ଯକ୍ରମ ରେ କଲେଜ ଅଧ୍ୟକ୍ଷ୍ୟ ବିଭୂତି ଭୂଷଣ ମହାପାତ୍ର ସଭାପତିତ୍ଵ କରିଥିବା ବେଳେ ମୁକ୍ଷ୍ଯ ଅତିଥି ଭାବେ ସ୍ଥାନୀୟ ସବଜଜ ବିଷ୍ନୁଦେବ ଜେନା, ଜେଏମଏଫସି ସୁକନ୍ୟା ଶତପଥୀ , ସମ୍ମାନିତ ଅତିଥି ବାର କାଉନସିଲ ସଭାପତି ତାରିଣୀ ଚରଣ ପଟ୍ଟନାୟକ , ବରିଷ୍ଠ ଆଇନଜୀବି ସୁବାଷ ଚନ୍ଦ୍ର ସାହୁ ଯୋଗ ଦେଇ ଆଜିର ଏହି ମାନବ ଅଧିକାର ଦିବସ ର ତାତ୍ପର୍ଯ୍ୟ ବିଷୟ ରେ ଉଦବୋଧନ ଦେଇଥିଲେ ୲ଏହି ଅବସର ରେ ସ୍ଵତନ୍ତ୍ର ଭାବେ ଗୁରୁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟ ରେ “ସମସାମୟିକ ଭାରତ ରେ ମାନବ ଅଧିକାର “ଶୀର୍ଷକ ବକ୍ତ୍ରୂତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ୲ଏଥିରେ ସୁଶ୍ରୀ ଅର୍ପିତା ସାହୁ ପ୍ରଥମ , ରାମକ୍ରୁଷ୍ଣ ରାଉତ ଦୁତୀୟ , ସ୍ଵାଗତୀକା ପାଣିଗ୍ରାହୀ ତ୍ରୁତୀୟ ଭାବେ ଉତ୍ତୀର୍ଣ ହୋଇ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ୲କଲେଜ ଅଧ୍ୟକ୍ଷ୍ୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଇନଜୀବି ଏପିପି ନୀଳାଞ୍ଚଳ ପୋଲେଈ , ଏପିପି ସୁଦୀପ୍ତ କୁମାର ଦାଶ ,ପ୍ରମୁଖ ଉପସ୍ତିତ ରହି ପ୍ରେରଣା ଓ ଉସ୍ଚାହ ପ୍ରଦାନ କରିଥିଲେ ୲ କଲେଜ ର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ସ୍ଵତନ୍ତ୍ର ଶିକ୍ଷ୍ଯକ /ଶିକ୍ଷୟତ୍ରୀ ଓ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ୲ ଶେଷ ରେ ମାନସିକ ଅନଗ୍ରସର ସ୍ଵତନ୍ତ୍ର ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ୲















