ବିଷଧର ସାପ କାମୁଡ଼ାରେ ଶିଶୁ କନ୍ୟା ଗୁରୁତର

147
ADVERTISEMENT

ହିଞ୍ଜିଳିକାଟୁ, ୨୨/୬(ଶେଷଦେବ ସାହୁ): ହିଞ୍ଜିଳି ଥାନା ଠୁରୁବୁରାଇ ଗ୍ରାମରେ ବିଷଧର ସାପ କାମୁଡ଼ାରେ ଜୈନିକା ୮ମାସର ଶିଶୁ କନ୍ୟା ଗୁରୁତର ହୋଇପଡ଼ିଛି । ଗୁରୁତର ଜଣକ ଠୁରୁବୁରାଇ ଗ୍ରାମର ଜୟରାମ ସାହୁଙ୍କ କନ୍ୟା ଶାଶ୍ୱତୀ ସାହୁ । ଶିଶୁ କନ୍ୟାଟି ଘର ମଧ୍ୟରେ ଶୋଇଥିବା ବେଳେ ଘରର ଭାଡ଼ି ଉପରୁ ଏକ ବିଷଧର ସାପ ଶିଶୁ କନ୍ୟା ଉପରେ ପଡ଼ି କାମୁଡ଼ି ଦେଇଥିଲା । ପରିବାର ସଦସ୍ୟ ଶିଶୁକନ୍ୟାର ଚିତ୍କାର ଶୁଣି ଏବଂ ବିଷଧର ସାପକୁ ଦେଖି ଶିଶୁକନ୍ୟାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସା ସକାଶେ ଆଜି ଶିଶୁଟିକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Advertisement