ମୋହନା,୮/୧୨ ((ଡି.ଏଚ/ମୋହନ ଗୌଡ):ଗଜପତି ଜିଲ୍ଲା ମୋହନା ଥନା ଅନ୍ତର୍ଗତ ଭାଲିଆ ସାହି ଓ ବେଣିପଦର ଗାଁର ନିକଟସ୍ଥ ୬୪ ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି । ମୋହନା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢଉ କରି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

ଗଜପତି ଆରକ୍ଷୀ ଅଧ୍ୟକ୍ଷ ସାରା ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ମାଜିଷ୍ଟେ୍ରଟ ଦାୟିତ୍ୱରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲା, ମୋହନା ଥାନା ଭାରପ୍ରାପ୍ତ ଅଧିକାରୀ ହେମନ୍ତ ସେଠୀ, ଏସଆଇ ପିଙ୍କି ମୁର୍ମୁ, ଆରଉଦୟଗିରି ଅବକାରୀ ବିଭାଗ ପୁଲିସ ସୁରୀବାବୁ, ପୁଲିସ ଓ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ଚଢଉ କରିଛନ୍ତି । ୬୪ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୁଲ୍ୟ ପ୍ରାୟ ୧୨ କୋଟି ୮୪ ଲକ୍ଷ ଟଙ୍କା ହେବ ବୋଲି ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି ।
















