Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଡ଼ିପଲ ସ୍କୁଲରେ 33ତମ ବାର୍ଷିକ ଉତ୍ସବ ସମାରୋହ

ଡ଼ିପଲ ସ୍କୁଲରେ 33ତମ ବାର୍ଷିକ ଉତ୍ସବ ସମାରୋହ

330
ADVERTISEMENT

ବ୍ରହ୍ମପୁର,୮/୧୨ (ଡି.ଏଚ/ହିମାଂଶୁ ପାଢୀ ) :ଡ଼ିପଲ ସ୍କୁଲରେ 33ତମ ବାର୍ଷିକ ଉତ୍ସବ ଶନିବାର ଦିନ ବିଦ୍ୟାଳୟ ପରିସରରେ ଅତି ଆଡମ୍ବର ସହ ପାଳନ ହୋଇଥିଲା । ବିଦ୍ୟାଳୟର ସାଜଶଯ୍ୟା ଅତ୍ୟନ୍ତ ଆକର୍ଷଣୀୟ ଓ ମନୋରମ ଥିଲା । ବିଦ୍ୟାଳୟର ଅଧକ୍ଷ୍ୟ ରେଭେରେଣ୍ଡ ଫାଦର ସାଜୁ ଆଣ୍ଟନି ସି. ଏମ, ଉପାଧ୍ୟକ୍ଷ ରେଭେରେଣ୍ଡ ଫାଦର ଭାଲେରିୟାନ ସି. ଏମ., ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତା ମାନେ ସହଯୋଗ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଡ଼ି ଆଇ ଜି ସତ୍ୟବ୍ରତ ଭୋଇ ଯୋଗଦେଇ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ବକ୍ତ୍ୟବ୍ୟରେ ଉତ୍ସାହିତ କରି ଭବିଷ୍ୟତରେ ଜଣେଜଣେ ସୁନାଗରିକ ହେବାପାଇଁ ଆୱାନ ଦେଇଥିଲେ । ସଂମ୍ମାନିତ ଅତିଥି ଭାବେ ଭିଜିଲାନ୍ସ ଏସ ପି ମାୟାଧରସ୍ୱାଇଁ ଏବଂ ବ୍ରହ୍ମପୁର ଡାୟୋସିସର ଧର୍ମାଧ୍ୟ୍ୟକ୍ଷ ରାଇଟ ରେଭେରେଣ୍ଟର ଫାଦର ଶରତଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅତି ସୁନ୍ଦରଭାବେ ପ୍ରତେକ ନୃତ୍ୟ, ସଂଗୀତ, ଏବଂ ନାଟକ ପରିବେଷଣ କରି ଅଭିଭାବକ ମାନଙ୍କୁ ଆନନ୍ଦ ଉଲ୍ଲାସର ସହିତ ବିମୋହିତ କରିଥିଲେ । ଏହି ଅବସରରେ ଚଳିତବର୍ଷର ଆଇସି ଏସଇ ବୋର୍ଡ଼ ପରୀକ୍ଷାରେ ପ୍ରଥମ ସ୍ଥାନ ଅର୍ଜନ କରିଥିବା ଆଦିତ୍ୟରାଜ, ଦ୍ୱିତୀୟ ସ୍ଥାନ ପାଇଥିବା ଶ୍ରେୟାସି ଶତପଥି ତୃତୀୟ ସ୍ଥାନ ଅଧିକାର କରିଥିବା ସୃତିରେଖା ପଣ୍ଡାଙ୍କୁ ଅତିଥି ମାନଙ୍କ ଦୁରା ପୁରସ୍କୃତ ପ୍ରଦାନ କରାଯାଇଥିଲା । ଶେଷରେ ଜାତୀୟ ସଂଗୀତ ଗାନ କରି ଉତ୍ସବ ସମାପ୍ତ ହୋଇଥିଲା ।

Advertisement