ବ୍ରହ୍ମପୁର,୮/୧୨(ଡି.ଏଚ/ହିମାଂଶୁ ପାଢ଼ୀ):ଯୁବ ମହିଳା ସଙ୍ଗଠନ(YWCA) ଆନୁକୂଲ୍ୟରେ ଆଜି ହିଲ ପାଟଣା ସ୍ଥିତ ହେଲେନ ପ୍ରାର୍ଥନା ଗୃହ ପରିସରରେ ଖ୍ରୀଷ୍ଟମାସ ଓ ଫାଉଣ୍ଡେସନ ଦିବସ ପାଳନ ହୋଇଯାଇଛି l ଏହି କାଯ୍ୟକ୍ରମ ରେ ସଦସ୍ୟା ମାନେ ଯୋଗ ଦେଇ ଯୀଶୁଙ୍କ ଜନ୍ମ ଜୟନ୍ତି ମାସକୁ ଗୀତ ଓ କେରଲ ମାଧ୍ୟମରେରେ ସ୍ୱାଗତ କରିଥିଲେ l ମୁଖ୍ୟ ଅତିଥି ଭାବେ ମେରସି ମିସନର ମୁଖ୍ୟ ଶ୍ରୀମତୀ ଜିଜି ରାଜେଶ ଯୋଗଦେଇ ଖ୍ରୀଷ୍ଟମାସ ର ଶୁଭ ସମ୍ବାଦ ପରିବେଶଣ କରିଥିଲେ l

ସଂଗଠନର ଅଧ୍ୟକ୍ଷl ଲେନା ଚାନ୍ଦ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲା ବେଳେ କୋଷାଧ୍ୟକ୍ଷl ରଶ୍ମି ରେଖା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ସମ୍ପାଦିକା ଇପ୍ସିତଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଫାଉଣ୍ଡେସନର ସଦସ୍ୟl ପଦ୍ମିନୀ ପାତ୍ର ଓ ସୁନନ୍ଦା ମହାନ୍ତି YWCA ର 22 ବର୍ଷ ର ଇତିହାସ ଓ ସମାଜ ସେବା କାର୍ଯ୍ୟକ୍ରମକୁ ବକ୍ତବ୍ୟରେ ରଖିଥିଲେ l ଗୀତ ଓ ଖ୍ରୀଷ୍ଟମାସ ନୃତ୍ୟ ରେ ସଦସ୍ୟl ମାନେ ଝୁମି ଉଠିଥିଲେ l ଏହି କାର୍ଯ୍ୟକ୍ରମ ରେ ରତ୍ନା କୋଟନ, ଅର୍ଚନା ନାୟକ, ଆଶା ନାୟକ, ନିଶାମଣି ନାୟକ, ରୋଜାଲିନ ପ୍ରମୁଖ କାର୍ଯ୍ୟକ୍ରମ ପରି ଚାଲନାରେ ସହଯୋଗ କରିଥିଲେ l ଆଗାମୀ ଦିନ ଗୁଡିକରେ ବସ୍ତି, ଗାଁ ପୁଣି ଅସହାୟ ଲୋକ ମାନଙ୍କ ପାଖକୁ ଯାଇ ସମାଜର ଉନ୍ନତି ମୂଳକ କାମରେ କାର୍ଯ୍ୟ ଜାରି ରଖିବୁ ବୋଲି ଅଧ୍ୟାକ୍ଷା ଘୋଷଣା କରି ଥିଲେ l
















