Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜେଈ ଜବତ ୩ ଗିରଫ ସହ କାର ଜବତ

ଗଞ୍ଜେଈ ଜବତ ୩ ଗିରଫ ସହ କାର ଜବତ

460
ADVERTISEMENT

ବୋରିଗୁମ୍ମା,୮/୧୨(ଡି.ଏଚ/ଦୟାନିଧି ପଟ୍ଟନାୟକ):ଗୁରୁବାର ଦିନ ପୂର୍ବାହ୍ନ ୮ ଘଣ୍ଟା ସମୟରେ ବୋରିଗୁମ୍ମା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ସମୁଖ ଜାତୀୟ ରାଜପଥ ଦେଇ ଯାଉଥିବା ହୋଣ୍ଡା ସିଟି zx car no HR26AF 9783 କୁ ଅଟକାଇ ତନାଘନା କଲା ବେଳେ ସେହି କାର ପଛ ଡ଼ିକିରେ ଗଞ୍ଜେଈ ଥିବା ଦେଖି ଉକ୍ତ କାର ଟିକୁ ଜାବତ କରିବାସହ ଗାଡି ଚାଳକ ସମେତ ତିନି ଜଣଙ୍କୁ ଗିରଫ କରି ଆଜି ଶନିବାର କୋର୍ଟ ଚାଲାଣ କରାଯାଇଛି l

ଉକ୍ତ ୩ ଜଣ ହେଲେ ଶଇଳେନ୍ଦ୍ର କୁମାର ସିଙ୍ଗ ( ବିହାର ), ବିଷ୍ଣୁ ଦତ୍ତ ଶୁକ୍ଲା (ଉତ୍ତରପ୍ରଦେଶ ), ଶ୍ରାବଣ କୁମାର ପାଣ୍ଡେ (ବିହାର,)ଙ୍କୁ ଗିରଫ କରିବା ସହ ୪୪.୮୦୦ କେଜି ଗଞ୍ଜେଈ ଜାବତ କରି ସ୍ଥାନୀୟ ଅତିରିକ୍ତ ତହସିଲଦାର ନର୍ସିଙ୍ଗ ଗାଦବାଙ୍କ ସମ୍ମୁଖରେ ଓଜନ କରଯାଇ ଥିବା ତଦନ୍ତକାରୀ ଅଧିକାରୀ ବୋରିଗୁମ୍ମା ଥାନା ଅଧିକାରୀ ସଂଜୟ ମଣ୍ଡଳ ସୂଚନା ଦେଇଛନ୍ତି l

Advertisement