ପୁରୁଷୋତ୍ତମପୁର,୮/୧୨(ଡି.ଏଚ/ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ପୁରୁଷୋତ୍ତମପୁର ବ୍ଲକ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କାର୍ଯ୍ୟକାରି ଓ ଅଗ୍ରଗତି ନେଇ ତଦାରଖ କରିଛନ୍ତି । ପ୍ରଥମେ ଭୂତସରସିଙ୍ଗି ପଞ୍ଚାୟତର ବକ୍ସିପଲ୍ଲି ଗ୍ରାମରେ ନିର୍ମାଣ ଅଧିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାମ ତଦାରଖ କରିଥିଲେ । ପରେ ବ୍ଲକ କାର୍ଯ୍ୟାଳୟରେ ମନରେଗା ଯୋଜନା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସେଠାରୁ ଫେରି ଜିଲ୍ଲାପାଳ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନକରି ବିଭିନ୍ନ ସମାସ୍ୟା ପଚାରି ବୁଝିଥିଲେ । ଜିଲ୍ଲାପାଳ ପୁରୁଷୋତ୍ତମପୁର ଏନ ଏ ସି ସ୍ଥିତ ଆହାରକେନ୍ଦ୍ର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ସେହିପରି ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଅବ୍ୟବସ୍ଥା ଦେଖି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଏଦିଗରେ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଋଷିକୂଲ୍ୟା ନଦୀ ରୁ ଜେସିବି ସାହାଯ୍ୟରେ ବାଲି ଉଠାଯାଇ ଶତାଧିକ ଟ୍ରକରେ ଚାଲାଣ ହୋଉଥିବା ଯୋଗୁଁ ରାଜରାସ୍ତାର ଅବ୍ୟବସ୍ଥା(ବାଲିକାଦରେ ପରିପୂର୍ଣ୍ଣ)କୁ ନେଇ ଜନସାଧାରଣ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ତଦାରଖ ସମୟରେ ବିଡିଓ ସିମାଞ୍ଚାଳ ମହାନ୍ତି, ତହସିଲଦାର ଅରୁଣ କୁମାର ନାୟକ,ଏବିଡିଓ ମଧୁସୂଦନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କାର୍ଯ୍ୟକାରିତାର ଅଗ୍ରଗତି ନେଇ ପରିଦର୍ଶନ ଓ ସମୀକ୍ଷା କଲେ ଜିଲ୍ଲାପାଳ
ଦୁଇ ଡାକ୍ତରଖାନାର ଅବ୍ୟବସ୍ଥା ପରଖିଲେ
















