ସିଜନ୍ ସେଲରେ ଟାଇଟାନ୍‌ ଦେଉଛି ୪୦% ପର୍ଯ୍ୟନ୍ତ ରିହାତି

134
ADVERTISEMENT

ଭୁବନେଶ୍ବର, ୨୨/୬ (ନରେନ୍ଦ୍ର ଜେନା): ଭାରତର ଲୋକପ୍ରିୟ ଘଣ୍ଟାବ୍ରାଣ୍ଡ୍‌ ଟାଇଟାନ୍ ପକ୍ଷରୁ ସିଜନ୍ ସେଲ୍‌ ବିଷୟରେ ଗତକାଲି ଘୋଷଣା କରାଯାଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସେଲ୍ ଜୁଲାଇ ୧୪ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଗ୍ରାହକମାନେ ଟାଇଟାନ୍ ଉତ୍ପାଦ ଉପରେ ଆକର୍ଷଣୀୟ ରିହାତି ହାସଲ କରିପାରିବେ। ବିଭିନ୍ନ ପ୍ରକାର ଘଣ୍ଟା ଓ ଆସେସୋରିଜ୍ ଉପରେ କମ୍ପାନୀ ପକ୍ଷରୁ ୪୦%ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏହି ଅବସରରେ ଗ୍ରାହକମାନେ ୱାର୍ଲଡ୍ ଅଫ୍ ଟାଇଟାନ୍‌ରେ ଟମି ହିଲଫିଗର, ପୋଲିସ, କେନେଥ କୋଲ୍‌, ଫାଷ୍ଟ୍‌ଟ୍ରାକ୍ ଭଳି ବ୍ରାଣ୍ଡ୍ ଉପରେ ଏହି ଆକର୍ଷଣୀୟ ରିହାତି ପାଇପାରିବେ।

Advertisement