Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଧାନ କାଟି ଘରକୁ ଫେରିବା ସମୟରେ ମରଣାତ୍ମକ ଆକ୍ରମଣ

ଧାନ କାଟି ଘରକୁ ଫେରିବା ସମୟରେ ମରଣାତ୍ମକ ଆକ୍ରମଣ

386
ADVERTISEMENT

ଦିଗପହଣ୍ଡି,୬/୧୨(ଡି.ଏଚ/ ପ୍ରଫୁଲ ସାବତ) : ଦିଗପହଣ୍ଡି ବ୍ଲକ କରପଡା ଗାଁ ର ବିଜୟ ସେଠୀଙ୍କୁ ମରଣାନ୍ତ ଆକ୍ରମଣ। ଅପରାହ୍ନ ପ୍ରାୟ 3 ଟା ରେ ସଂଘବଦ୍ଧ ଭାବେ କିଛି ଦୁର୍ବୁର୍ତ୍ତ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବିଜୟ ଗାଁ ନିକଟ ତାଙ୍କ ଚାଷ ଜମିରେ ଧାନ କଟା କାମସାରି ବାଇକରେ ଫେରୁଥିଲେ। ଗାଁ ସ୍କୁଲ ନିକଟ ଶ୍ମଶାନ ସମ୍ମୁଖ ରାସ୍ତାରେ ୨ଟି ବାଇକରେ ୪ ଜଣ ଯୁବକ ପହଞ୍ଚି ତାଙ୍କୁ ଅଟକାଇବା ସହ ନିର୍ମମ ଭାବେ ଖଣ୍ଡାରେ ହାଣି ଫେରାର ହୋଇଯାଇଥିଲେ। ଏଥି ପୂର୍ବରୁ ସମ୍ପୃକ୍ତ ଯୁବକ ମାନେ ଦେଓଖାଳି ଛକରେ ହୋଟେଲ କରିଥିବା କୃଷ୍ଣ ସାହୁଙ୍କୁ ସେମାନେ ଖଣ୍ଡାରେ ହାଣି କିଛି ସମୟ ସେଠାରେ ଆତଙ୍କ ଚଳାଇଥିଲେ। ଦୀର୍ଘ ଦିନର ନିରବତା ପରେ ପୁଣି ଦେଓଖାଳି ଛକ ଅଶାନ୍ତ ହୋଇ ପଡ଼ିଛି। ଘଟଣା ପରେ ଦୋକାନ ବଜାର ବନ୍ଦ ହୋଇଯାଇଛି। ଛକରେ ପୋଲିସ ମୁତୟନ ଅଛନ୍ତି। ପୋଲିସ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ଯୁବକ ମାନେ କରପଡ଼ା ରାସ୍ତାରେ ଫେରାର ହୋଇଯାଇଥିଲେ।

Advertisement