କୁକୁଡାଖଣ୍ଡି,୬/୧୨(ଡି.ଏଚ/ଇ.ରଞ୍ଜନ):ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଚଣ୍ଡିପଦର ଗ୍ରାମରେ ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ସଦରଥାନା ପୋଲିସ ଉକ୍ତ ଗ୍ରାମର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁସାରେ ଜଣେ ନାବାଳିକା ନିଜ ଘରେ ଶୋଇଥିବା ବେଳେ ୨ଯୁବକ ଘରେ ପସି ଅସଦାଚାରଣ କରୁଥିବା ବେଳେ ଘରଲୋକ ଉଠିଯାଇଥିଲେ। ଏହାପରେ ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଥାନା କେସ ନଂ 334/19ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଶେଷରେ ଘଟଣା ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।
















