ଠିକାଦାରଙ୍କ ଘରୁ ୧୫ଭରି ଗହଣା, ୩ଲକ୍ଷ ଟଙ୍କା ଚୋରି

143
ADVERTISEMENT

ବ୍ରହ୍ମପୁର, ୨୨/୬(ଦୁନିଆ ହାଲଚାଲ )– ବୈଦ୍ୟନାଥପୁର ଥାନା ଅନନ୍ତନଗରରେ ଜଣେ ଠିକାଦାରଙ୍କ ଘରୁ ୧୫ଭରି ଗହଣା, ୩ଲକ୍ଷ ଟଙ୍କା ଚୋରି । ଠିକାଦାର କେ. ଦୀପସାଗର ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ସ୍ତ୍ରୀଙ୍କ ସହ ବାହାରକୁ ଯାଇଥିଲେ । ପ୍ରାୟ ୧୦ଟାରେ ଘରକୁ ଫେରି ଗ୍ରୀଲ୍‌ ଖୋଲି ଘରେ ପଶିବା ପରେ ଆଲ୍‌ମିରା ଖୋଲାଥିବା ଦେଖିବାକୁ ପାଇଥିଲେ। ସେଥିରେ ଥିବା ଜିନିଷପତ୍ର ଫିଙ୍ଗାଫୋପଡା ହୋଇଥିବାବେଳେ ଆଲମିରାରେ ଥିବା ୩ଲକ୍ଷ ଟଙ୍କା ଓ ୧୫ଭରି ସୁନାଗହଣା ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଠିକାଦାର କେ. ଦୀପସାଗର ବିଏନ୍‌ପୁର ଥାନାରେ ଅଭିଯୋଗ କରିଥିଲେ।

Advertisement