Friday, September 25, 2026
ADVERTISEMENT
Home ଆଞ୍ଚଳିକ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟରେ “ନାଭାଲ୍ ଡେ” ଉପଲକ୍ଷେ ରକ୍ତ ଦାନ ଶିବିର

ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟରେ “ନାଭାଲ୍ ଡେ” ଉପଲକ୍ଷେ ରକ୍ତ ଦାନ ଶିବିର

370
ADVERTISEMENT

ପାରଳାଖେମୁଣ୍ଡି,୪।୧୨:(ଡି.ଏଚ/ପ୍ରଭାତ କୁମାର ପାତ୍ର ) : ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ନେଭେଲ୍ ଡେ ଉପଲକ୍ଷେ ଏନସିସି ନେଭେଲ୍ ଓ ଆର୍ମି ୱଙ୍ଗ୍ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ରିବନ କାଟି ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ଅନ୍ଯ ଅତିଥି ମାନଙ୍କ ମଧ୍ୟରେ ବସନ୍ତ ଦାସ, ପ୍ରଦୀପ କୁମାର ନାୟକ, ରମେଶ ଚୈାଧୁରି, ଡଃ. ଦାସ ପ୍ରମୁଖ ଯୋଗଦେଇ ଥିଲେ। ଏହି ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା। ଉକ୍ତ ରକ୍ତଦାନ ଶିବିର ବିଦ୍ୟାଳୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ପାରଳାଖେମୁଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କ ସମେତ ଏନସିସି ଅଫିସର ହରିହର ଦାସ ଓ ଜଗନ୍ନାଥ ପଟ୍ଟନାୟକ , ଶିକ୍ଷକ ମହେନ୍ଦ୍ର କୁମାର ବଡମୁଡି, ଶସ୍ଖିତା ମିଶ୍ର ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ।

Advertisement