Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ସୁଲୁମାହା ଘାଟିରେ ଟ୍ରାକ୍ଟର ଧକ୍କାରେ ଦାଦା, ପୁତୁରାଙ୍କ ମୃତ୍ୟୁ

ସୁଲୁମାହା ଘାଟିରେ ଟ୍ରାକ୍ଟର ଧକ୍କାରେ ଦାଦା, ପୁତୁରାଙ୍କ ମୃତ୍ୟୁ

340
ADVERTISEMENT

ଦାରିଙ୍ଗବାଡ଼ି, ୨୨/୬(ଦୁନିଆ ହାଲଚାଲ )– କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୁଲୁମାହା ଘାଟିରେ ଟ୍ରାକ୍ଟର ଧକ୍କାରେ ଦାଦା, ପୁତୁରାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଉକ୍ତ ଥାନା ଶ୍ରାନିକେତା ପଞ୍ଚାୟତ ଡବୁଲୁମାହା ଗ୍ରାମର ୫୯ନଂ ଜାତୀୟ ରାଜପଥକୁ ଉତ୍ତ୍ୟକ୍ତ ଲୋକ ମୃତଦେହ ରଖି ରାସ୍ତା ଅବରୋଧ କରି ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କରିିଛନ୍ତିି। ଫଳରେ ବ୍ରହ୍ମପୁର ଠାରୁ ଦାରିଙ୍ଗବାଡ଼ି, ସିମନବାଡ଼ି ଦେଇ ବାଲିଗୁଡ଼ା, ଫୁଲବାଣୀ, ରାଇକିଆକୁ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ଭାରପ୍ରାପ୍ତ ଥାନା ଅଧିକାରୀ ଗୋପାଳକୃଷ୍ଣ ଆଗୁପାତ୍ର, ସବଇନ୍ସପେକ୍ଟର ସୌମ୍ୟ ରଞ୍ଜନ ଜେନା, ଆର୍‌.ଭିମୋରାଓ ରେଡ୍ଡି ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।

Advertisement