Saturday, November 21, 2026
ADVERTISEMENT
Home ଆଞ୍ଚଳିକ ପଟ୍ଟା ବାଣ୍ଟିଲେ ବାଚସ୍ପତି : ଜିଲ୍ଲାପାଳଙ୍କୁ ସବୁ ମହଲରେ ପ୍ରଶଂସା

ପଟ୍ଟା ବାଣ୍ଟିଲେ ବାଚସ୍ପତି : ଜିଲ୍ଲାପାଳଙ୍କୁ ସବୁ ମହଲରେ ପ୍ରଶଂସା

400
ADVERTISEMENT

ବ୍ରହ୍ମପୁର,୪।୧୨:(ଡି.ଏଚ /ହିମାଂଶୁ ପାଢୀ) : ମୋ ଗାଁ ରେ ତହସିଲ ଅନ୍ତର୍ଗତ ଉପଖଣ୍ଡ ସ୍ତରୀୟ ପଟ୍ଟା ବଣ୍ଟନ କାଯ୍ୟକ୍ରମ ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂଙ୍କ ଅଧକ୍ଷତାରେ ଅନୁଷ୍ଟିତ କାଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଚସ୍ପତି ସୂଯ୍ୟନାରାୟଣ ପାତ୍ର,ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ,ଚିକିଟି ବିଧାୟିକା ଉଷାଦେବୀ,ବ୍ରହ୍ମପୁର ପୂବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେଦତ୍ତାତ୍ରେୟ ଭାଉ ସାହେବ ,ଏଡିଏମ (ରାଜସ୍ବ)ଲକ୍ଷ୍ମୀକାନ୍ତ ସେଠୀ ପ୍ରମୁଖ ମଞାସୀନ ଥିଲେ । ଏଥିରେ ୭ଟି ତହସିଲର ୩ହଜାର ହିତାଧିକାରୀକୁଂ ପଟ୍ଟା ବଣ୍ଟନ କରିଥିଲେ । ଲୋକ ମାନେ ପଟ୍ଟା ପାଇବା ପାଇଁ ବହୁ ହଇରାଣ ହେଉଥିଲେ କିନ୍ତୁ ମୋଗାଁରେ ତହସିଲ କାଯ୍ୟକ୍ରମ ଲୋକକୁଂ ସହଜରେ ପଟ୍ଟା ପାଇବା ପାଇଁ ସାହାଯ୍ୟ ହେଉଛି । ଏହି କାଯ୍ୟକ୍ରମ ଦ୍ବାରା ଲୋକକୁଂ ଆଉ ବାରମ୍ବାର ତହସିଲ ଅଫିସକୁ ଦୌଡିବାକୁ ପଡିବ ନାହିଁ । କାଯ୍ୟକ୍ରମରେ କୁକୁଡାଖଣ୍ଡି ତହସିଲଦାର ସୁବାଶଚନ୍ଦ୍ର ରଇତ,ରଗେଂଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ ,କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର କଳାକୃଷ୍ନ ପ୍ରଧାନକଂ ସହ ୭ଟି ତହସିଲର ତହସିଲଦାର , ସମସ୍ତ ଆରଆଇ ମାନେ ଉପସ୍ଥିତ ଥିଲେ।

Advertisement