Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବଳାତ୍କାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ରାଲି

ବଳାତ୍କାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ରାଲି

365
ADVERTISEMENT

ହିଞ୍ଜିଳିକାଟୁ, ୩ା୧୨(ଡି.ଏଚ/ଶେଷଦେବ ସାହୁ) : ବଲାତ୍କାରୀଙ୍କୁ କଠୋର ଦଣ୍ଡ ବିଧାନ କରି ଉଦାହରଣ ସୃଷ୍ଟି କଲେ ସମାଜ ବଳାତ୍କାର ଓ ଧର୍ଷଣ ମୁକ୍ତ ହେବ । ତ୍ରିରଙ୍ଗା ସେବା ସଂଘ ଓ ହିଂଜିଳିକାଟୁ କଳିଙ୍ଗ ବୈଶ୍ୟ ମହିଳା ସଂଘ ପକ୍ଷରୁ ମଙ୍ଗଳବାର ସଂଧ୍ୟାରେ ସହରରେ ରାଲି ହୋଇଥିଲା । ରାଲିରେ ଶତାଧିକ ସ୍ୱେଚ୍ଛାସେବୀ ବଳକ୍ରାର ଅପରାଧୀଙ୍କୁ କଠୋର ଦଣ୍ଡ ଦାବି କରି ସ୍ଲୋଗାନ ଦେଇଥିଲେ । ୩୭୬ଧାରାରେ ସଂଶୋଧନ କରି ମୃତ୍ୟୁ ଦଣ୍ଡ ବିଧାନ , ଧର୍ଷିତା ପୀଡ଼ିତା ପରିବାରଙ୍କୁ ନ୍ୟାୟ ଓ ସୁରକ୍ଷା, ଧର୍ଷଣକାରୀଙ୍କ ବିଚାର ଫାଷ୍ଟଟ୍ରାକ କୋର୍ଟରେ କରିବା, ପର୍ଣ୍ଣଗ୍ରାଫି ଚିତ୍ର , ଚଳଚ୍ଚିତ୍ର ଓ ୱେବ ସାଇଟକୁ ବ୍ୟାନ କରିବା, ପ୍ରତି ଶିକ୍ଷାନୁଷ୍ଠାନରେ ଝିୃଅଙ୍କ ଆତ୍ମ ସୁରକ୍ଷା କୌଶଳ ପ୍ରଦାନ ଇତ୍ୟାଦି ୧୦ଦଫା ଦାବି ନେଇ ସ୍ମାରକ ପତ୍ର ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ତ୍ରିରଙ୍ଗା ସେବା ସଂଘ ସଭାପତି ରଂଜନ ସାହୁ ଓ ହିଂଜିଳିକାଟୁ କଳିଙ୍ଗ ବୈଶ୍ୟ ମହିଳା ସଂଘ ସଭାନେତ୍ରୀ ଟି.ଅର୍ଚ୍ଚନା ପାତ୍ରଙ୍କ ନେତୃତ୍ୱରେ ମିନାକ୍ଷୀ ପାତ୍ର, ରାଜେଶ୍ୱରୀ ପାତ୍ର, ପ୍ରଭାତ ମହାରଣା, କିରଣ ପୃଷ୍ଟି, ବିଘ୍ନରାଜ ମହାରଣା , ଲୀନା ପାତ୍ର, ସସ୍ମିତା ପାତ୍ର, ଶିବ ପ୍ରସାଦ ପାଠି ପ୍ରମୁଖଙ୍କ ଶତାଧିକ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ ।

Advertisement