ହିଞ୍ଜିଳିକାଟୁ,୩।୧୨:(ଡି.ଏଚ/ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଳକସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁ ଷ୍ଟିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ମେଳାକୁ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ରିବନ କାଟି ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ନଗର ବିଜେଡ଼ି ସଭାପତି ଭୀମସେନ ବେହେରା ପ୍ରମୁଖ ମଂଚାସିନ ଥିଲେ । ଆୟୋଜିତ ମେଳାରେ ସ୍ଥାନୀୟ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିଥିଲେ । ଉଚ୍ଚ ବିଦ୍ୟାଳୟ ସ୍ତରରେ ୨୫, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୫୯ ଓ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୩୭ ସର୍ବମୋଟ ୧୨୧ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ବିଚାରକ ଭାବେ ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଜୁଲୋଜି ରିଡ଼ର ମାନସ ମୋହନ ବଳିୟାରସିଂ, ପଦାର୍ଥ ବିଜ୍ଞାନ ଅଧ୍ୟାପକ କେଶବ ଚନ୍ଦ୍ର ଷଡ଼ଙ୍ଗୀ, ଖାମ୍ବେୟା ଦୋରା କନି ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗୀୟ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ଶତପଥୀ ଯୋଗ ଦେଇଥିଲେ । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଖଣ୍ଡରା ବିଦ୍ୟାଳୟର ପଂଚମ ଶ୍ରେଣୀ ଛାତ୍ର ସୁମନଙ୍କ ଦ୍ୱାରା ପ୍ରଦର୍ଶିତ ପବନ ଚାଳିତ ମିଲ୍, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ତପସ୍ୱିନି ବେହେରାଙ୍କ ଦ୍ୱାରା ପ୍ରଦର୍ଶିତ ଅମ୍ଳ ବୃଷ୍ଟି, ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରସନ୍ତୋଷ ବେହେରାଙ୍କ ଦ୍ୱାରା ପ୍ରଦର୍ଶିତ ଗ୍ୟାସ ଲିକେଜ ଓ ଏହାର ପ୍ରୋଟେକସନ୍ ଓ ମକରଝୋଳ ଉଚ୍ଚ ବିଦ୍ୟାଳୟର ହାତ ତିଆରି ଭୋକ୍ୟୁମ କ୍ଳିନିର ପ୍ରକଳ୍ପ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମନୋନିତ କରାଯାଇ ଜିଲ୍ଲାସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ସ୍ଥାନ ପାଇବା ସକାଶେ ସ୍ଥିର କରାଯାଇଥିଲା । ସହକାରୀ ଶିକ୍ଷକ ରଜନିକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।
















