ଶାଳକାଠ ବୋଝେଇ ଗାଡ଼ି ଜବତ, ଅଭିଯୁକ୍ତ ଫେରାର

310
ADVERTISEMENT

ପାଟଣା, ୨୨/୬(ଦୁନିଆ ହାଲଚାଲ ): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ସଂରକ୍ଷିତ ଜଙ୍ଗଲରୁ ପାଟଣା ବନ ବିଭାଗ ୫ ଖଣ୍ଡ ଶାଳକାଠ ଥିବା ଏକ ପିକ୍‌ଅପ୍‌ ଗାଡ଼ିକୁ ଜବତ କରିଛି। ତେବେ ବନ ବିଭାଗ କାଠ ମାଫିଆଙ୍କୁ ଧରିବାରେ ବିଫଳ ହୋଇଛି।
କିଛି କାଠମାଫିଆ ବିରାଟ ଶାଳ ଗଛ ଗଣ୍ଡିଗୁଡ଼ିକୁ ନମ୍ବରବିହୀନ ଟାଟା ଜେନନ ପିକ୍‌ଅପ୍‌ ଭ୍ୟାନରେ ବୋଝେଇ କରି ନେଇ ଯାଉଥିଲେ। ଖବର ପାଇ ପାଟଣା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାଠ ବୋଝେଇ ଗାଡ଼ିକୁ ଜବତ କରିଛି। ତେବେ କାଠମାଫିଆ ବନ ବିଭାଗ ଗାଡ଼ିକୁ ଦେଖି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇବାକୁ ସକ୍ଷମ ହୋଇଥିଲେ। ଜବତ ଶାଳଗଣ୍ଡିର ମୂଲ୍ୟ ପ୍ରାୟ ୫୦ ରୁ ୬୦ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି।

Advertisement