ବ୍ରହ୍ମପୁର,୩।୧୨(ଡି.ଏଚ/ଈ.ରଞ୍ଜନ) :ବ୍ରହ୍ମପୁର ନୀଳକଣ୍ଠ ଶିଶୁ ବିଦ୍ୟାମନ୍ଦିରରେ କେନ୍ଦ୍ରସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତ ବିଦ୍ୟା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟରେ ଛାତ୍ରଛାତ୍ରୀ ସୁସ୍ଥ ଓ ସବୁଜ ସମାଜର ମୁଖ୍ୟସ୍ରୋତ ଆଜିର ବାସ୍ତବ ଜୀବନ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଧାରିତ ପ୍ରକଳ୍ପ ଗୁଡିକ “ସାଧାରଣ ଲବଣ ବା ଗଞ୍ଜାମର ଧବଳ ସୁନା ” ଜିଲ୍ଲାର ଦେଶୀୟ ଲୁଣ ଚାଷର ପୁନଃଉଦ୍ଧାର ଦ୍ୱାରା ଲୁଣଚାଷୀ ଙ୍କ ଜୀବନ ଜୀବିକା କୁ ନେଇ ପ୍ରସ୍ତୁତ କରାଯାଇଥିଲା ବିଦ୍ୟାମନ୍ଦିର ର ୯ମ ଶ୍ରେଣୀ ର ୨ଜଣ ଛାତ୍ରଙ୍କ ନାମକ ସୁରଜ କୁମାର ମିଶ୍ର ଓ ବି ଏସ ପ୍ରତୀକ ଛାତ୍ର ଦ୍ଵୟ ଜିଲ୍ଲା ସ୍ତରରେ ପ୍ରତିଯୋଗୀତାରେ ସଫଳ ଅର୍ଜନ କରିବାରୁ ଗତ ନଭେମ୍ବର ୩0 ତାରିଖ ଠାରୁ ଡିସେମ୍ବର ତାରିଖO୧ – O୨ ତାରିଖ ଦୁଇ ଦିନ ଧରି ରାଜ୍ୟ ସ୍ତରରେ ଭୁବନେଶ୍ୱର ସ୍ଥିତ ପ୍ରଭୁଜି ଇଂରାଜୀ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହଇଥିଲା l ଏହି ପ୍ରତିଯୋଗିତାରେ ୧୫0 ପ୍ରକଳ୍ପ ମଧ୍ୟରୁ ସୁରଜ କୁମାରଙ୍କ ପାରଦର୍ଶୀତାକୁ ନେଇ ରାଜ୍ୟ ସ୍ତରରେ ପ୍ରଶଂସାର ପାତ୍ର ପାଲଟିଥିବାରୁ ଦେଶସ୍ତରୀୟ ପ୍ରତିଯୋଗିତାଟି ଆଗାମୀ ଡିସେମ୍ବର ୨୭ ତାରିଖ ଟାରୁ ୫ ଦିନ ଧରି କେରଳ ରାଜ୍ୟ ତ୍ରିଭେନ୍ଦ୍ରମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ସୁନାମଧନ୍ୟ ବୈଜ୍ଞାନିକ ଉପସ୍ଥିତରେ ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଙ୍କ ମଧ୍ୟରୁ ବ୍ରହ୍ମପୁର ସହରର ଛାତ୍ର ମଧ୍ୟ ନିଜର କାର୍ଯ୍ୟଦକ୍ଷତାକୁ ନିଜ ପ୍ରକଳ୍ପକୁ ପଦର୍ଶନ କରିବେ l ଏଥିରେ ସଂସ୍ଥାର ପ୍ରଧାନ ଆଚାର୍ଯ୍ୟ ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ଜଟେଶ୍ୱର କର ଓ ବିଜ୍ଞାନ ସହଯୋଗୀ ଶିକ୍ଷକ ବାହାନ ମହାରଣାଙ୍କ ତତ୍ୱlବଧାନରେ ପ୍ରକଳ୍ପ ଗୁଡିକ ଉଚ୍ଚ ପ୍ରଶଂସା ପାଇଥିଲା l ପରିଚାଳନା କୋଷାଧକ୍ଷ ବା ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରବୀନ୍ଦ୍ର ଜେନାଙ୍କ ପ୍ରେରଣାରେ ହଇଯାଇଛି l ଏଥିରେ ଅନ୍ୟ ବ୍ୟକ୍ତି ବୃନ୍ଦ ପ୍ରଧାନଆଚାର୍ଯ୍ୟ ଏସ ଉମାରାଓ, ଓ ଉମା ମାଧବ ମହାନ୍ତି, ସମିତି ସଭାପତି ଶ୍ରୀକାନ୍ତ ମହାପାତ୍ର ସମ୍ପାଦକ ନାରାୟଣ ପଣ୍ଡା ଛାତ୍ରକୁ ଧନ୍ୟବାଦ ଅର୍ପଣ କରିଥିଲେ l
















