ବ୍ରହ୍ମପୁର,୩।୧୨:(ଡି.ଏଚ/ଇ .ରଞ୍ଜନ): ବ୍ରହ୍ମପୁର ସହର ମହାନଗର ନିଗମର ପ୍ରେମ ନଗର ଅଞ୍ଚଳରେ ସଫାଇ କାର୍ଯ୍ୟରେ ନିୟଯିତ ମହିଳା କର୍ମଚାରିଙ୍କୁ ବିଏମସି ଅଧୀନରେ ଥିବା ପ୍ରତିୟୁସ ସଫାଇ କମ୍ପାନୀର କାର୍ଯ୍ୟରତ ସୁପରଭାଇଜର ରଞ୍ଜିତ ନାୟକ ମହିଳାଙ୍କୁ ଅସଭ୍ୟ ଭାଷାର ଗାଳିଗୁଲଜ କରିଥିବାରୁ ଏସ ଜଗନ୍ନାଥ ରାଓ ପ୍ରତିବାଦ କରିବାରୁ ଅନ୍ୟ ୨ଜଣ ସୁପରଭାଇଜର ଟୁନା ଦାସ ଓ ସନ୍ତୋଷ ମିଳିତ ଭାବେ ଆକ୍ରମଣ କରିଥିବା ଘଟଣାକୁ ବଡ ବଜ଼ାର ଥାନାରେ ଅଭିଯୋଗ ପରେ ୩ଜଣଙ୍କୁ ଗିରଫ କରାଯାଇଥିଲା l ପରେ ଜଗନ୍ନାଥ ରାଓ ଙ୍କ ବାପା ଏସ ରାମ ବାବୁ ଏବଂ ସଫାଇ କାର୍ଯ୍ୟରେ ନିୟଜିତ ଥିବା ମହିଳା କର୍ମଚାରି ସଙ୍ଘ ତରଫରୁ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ପିନାକୀ ମିଶ୍ରଙ୍କୁ ଅବଗତ କରିଥିଲେ l ଜଗନ୍ନାଥ ମେଡିକାଲରେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କ ବାପାଙ୍କୁ ଅବଗତ କରିଥିଲେ ଯେ ଅନିଲ କୁମାର ଏହି ବିବାଦରେ ଖଳନାୟକ ଭାବେ ସମ୍ପୃକ୍ତ ରହିଥିବାରୁ ତାଙ୍କୁ ମଧ୍ୟ ଗିରଫ ନିମନ୍ତେ ଦାବି କରି ଏସ ରାମ ବାବୁ ଏକ ସ୍ମାରକ ପତ୍ର ନେଇ ଏସପିଙ୍କୁ ଦେଇଥିଲେ l ଶ୍ରୀଯୁକ୍ତ ପିନାକୀ ମିଶ୍ର ଏହାର କିଛି ପ୍ରମାଣ ମିଳିଲେ ତାଙ୍କୁ ମଧ୍ୟ ଗିରଫ କରିବେ ବୋଲି ରାମ ବାବୁଙ୍କୁ କହିବା ସହ ଗଣମାଧମକୁ ମଧ୍ୟ ସୂଚନା ଦେଇଛନ୍ତି l

















