ହିଞ୍ଜିଳିକାଟୁ,୩।୧୨(ଡି.ଏଚ/ଶେଷଦେବ ସାହୁ): ହାଇଦ୍ରବାଦର ଡ଼ାକ୍ତରଙ୍କୁ ଗଣ ଦୁଷ୍କର୍ମ ଓ ପରେ ପୋଡ଼ିଦେବା ଘଟଣାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅନୁରୂପ ଭାବେ ସୋମବାର ହିଂଜିଳିକାଟୁ ସ୍ୱଂୟଶାସିତ ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ନାରୀଙ୍କୁ ସୁରକ୍ଷା ଓ ବଲାତ୍କାରୀଙ୍କୁ ଫାଶି ଦଣ୍ଡ ପ୍ରଦାନ ଦାବି କରି ଏକ ରାଲିରେ ବାହାରି ସ୍ଳୋଗାନ ଦେବା ସହ ନଗର ପରିକ୍ରମା କରିଥିଲେ । ପରେ ତହସିଲ କାର୍ଯ୍ୟାଳୟରେ ପଂହଚି ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଧ୍ୟଶରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
















