ହିଞ୍ଜିଳିକାଟୁ,୩।୧୨:(ଡି.ଏଚ/ଶେଷଦେବ ସାହୁ): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢିଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବେ ଆରଏସଏସର ଗଂଜାମ ଜିଲ୍ଲା ସଙ୍ଘ ଚାଳକ ଡ଼ାକ୍ତର ପ୍ରଭାକର ସାହୁ, ଦକ୍ଷିଣ ପୂର୍ବ ସଂଭାଗ ସମ୍ପାଦକ କିରଣ କୁମାର ପାଢି, ଆସିକା ସଙ୍କୁଳ ପ୍ରମୁଖ ଦିପକ କୁମାର ମହାରଣା ପ୍ରମୁଖମଂଚାସିନ ଥିଲେ । ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ବିଦ୍ୟାମନ୍ଦିରର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଲମ୍ବା ଡ଼ିଅାଁ, ଉଚ୍ଚା ଡ଼ିଅାଁ, ୧୦୦, ୪୦୦, ୧୫୦୦ ମିଟର ଦୌଡ଼, ଡ଼ିସକସ ଥ୍ରୋ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିଶୁ ବର୍ଗରେ ଦେବାଶିଷ ପଣ୍ଡା, ସୁନିତା ଗୌଡ଼, ବାଲ ବର୍ଗରେ ଏସ. ଶିବମ ପାତ୍ର, ରୋଜାଲିନ ସେଠି, କିଶୋର ବର୍ଗର ସୁନିଲ ପାଠି, ପ୍ରିୟଙ୍କା ପାଢି, ଅର୍ଚ୍ଚନା ସାହୁ ଓ ଶୀତଲ ସ୍ୱାଇଁ ଚ୍ୟାମ୍ପିୟାନ ଆଖ୍ୟା ଅର୍ଜନ କରିବା ସହ ସଙଘ୍କୁଳ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସକାଶେ ମନୋନୀତ ହୋଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାମନ୍ଦିରର ଶାରୀରିକ ପ୍ରମୁଖ ଅଜିତ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟା ମନ୍ଦିର ପ୍ରଶାସକ ଦ୍ୱିତୀକୃଷ୍ଣ ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।
















