ସଡ଼କ ଦୁର୍ଘଟଣାରେ ମାଆ ଓ ନବଜାତ କନ୍ୟା ମୃତ

305
ADVERTISEMENT

କେନ୍ଦ୍ରାପଡ଼ା, ୨୨/୬(ଦୁନିଆ ହାଲଚାଲ ): ଚଣ୍ଡିଖୋଲ-ପାରଦୀପ ୫ ନମ୍ବର ଜାତୀୟ ରାଜପଥର ଖମରପଡ଼ା ଠାରେ ଗୋଟାଏ ଅଟୋ ରିକ୍ସା ସହ ଟ୍ରକ୍‌ ଧକ୍କା ହେବାରୁ ଜଣେ ନବଜାତ କନ୍ୟା ଏବଂ ତା ମାଆଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହ ଥିବା ଆଶାକର୍ମୀ ଶାନ୍ତିଲତା ପାରମଣିକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ମୃତ ମହିଳା ହେଉଛନ୍ତି, ମହାକାଳପଡ଼ା ବ୍ଲକ୍‌ ତେର ଗାଁ ପାଟଣା ମୌଜାର ୨୭ ବର୍ଷୀୟ ମାନି ମଲ୍ଲିକ ଏବଂ ତାଙ୍କର ନବଜାତ କନ୍ୟା। ଡାକ୍ତରଖାନାରୁ ପ୍ରସୂତୀ ଅଟୋ ରିକ୍ସା ଯୋଗେ ନିଜ ଘରକୁ ଫେରୁଥିବା ବେଳେ ପଛପଟୁ ଟ୍ରକ୍‌ ଅଟୋକୁ ଧକ୍କା ଦେଇଥିଲା। ଫଳରେ ମା, ଝିଅ ଦୁହିଁ ଙ୍କ ମୃତ୍ୟୁ ହୋଇଥିଲା ।

Advertisement