Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ‘ମନ୍ଦିର ଉନ୍ନୟନ ଓ ପରିଚାଳନା କମିଟି ଗଠିତ

‘ମନ୍ଦିର ଉନ୍ନୟନ ଓ ପରିଚାଳନା କମିଟି ଗଠିତ

320
ADVERTISEMENT

ବ୍ରହ୍ମପୁର ,୧/୧୨(ଡି.ଏଚ/ଇ.ରଞ୍ଜନ ) : ବଡବଜାର ନିକଟ ବାଲୁଙ୍କେଶ୍ବର ମନ୍ଦିର ରୋଡ ଠାରେ ଥିବା ବହୁ ପୁରାତନ ଶିବ ମନ୍ଦିର ଶ୍ରୀ ଶ୍ରୀ ଶ୍ରୀ କାଶିବିଶ୍ଵନାଥ ମହାଦେବ । କାହିଁ କେତେ ବର୍ଷ ପୂର୍ବରୁ ଏଠାରୁ ପୂଜା ପାଉଛନ୍ତି ବାଲୁଙ୍କେଶ୍ବର ମହାଦେବ । କିନ୍ତୁ କିଛି ବର୍ଷ ହେଲା ରକ୍ଷଣାବେକ୍ଷଣ ଅଭାବ ଓ ମନ୍ଦିରର ସେହିପରି କିଛି ସ୍ଥାବରଅସ୍ଥାବର ସଂପତ୍ତି ନଥିବା କାରଣରୁ ଏହି ମନ୍ଦିର ଜରାର୍ଜୀରଣ ଅବସ୍ଥାରେ ଥିଲା। ଏଣୁ ଏହାର ପୁନରୁଦ୍ଧାର ଓ ମନ୍ଦିରର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି । ଯାହାର ନାମ ଶ୍ରୀ ଶ୍ରୀ ଶ୍ରୀ କାଶିବିଶ୍ଵନାଥ ପରିଚାଳନା ଓ ଉନ୍ନୟନ କମିଟି ରଖାଯାଇଛି । ଏଥିରେ ସଭାପତି ରୂପେ ପ୍ରଭାତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଭାବେ ଅନିଲ କୁମାର ଚୌଧୁରୀ,ଉପ ସଭାପତି ପ୍ରକାଶ ଚନ୍ଦ୍ର ମହାରଣା, ସାଧାରଣ ସଂପାଦକ ବିଭୂତି ଭୂଷଣ ମହାନ୍ତି, ସହ ସଂପାଦକ ନିଳ ସାହୁ,କଷାଧକ୍ଷକ ବି ମାଲେଶ୍ବର ରାଓ ଓ ଉପଦେଷ୍ଟା ମଣ୍ଡଳୀରେ ସର୍ବଶ୍ରୀ ଏସ ସୁବାରାଓ ରେଢୀ, ପି ରାମାରାଓ, ଏ ଏ ରେଢୀ, କେ ଚନ୍ଦ୍ରଶେଖର, ପାଣ୍ଡବ ବେହେରା,ଏନ ନରସିଂହମାମ ରେଢୀ, ଭି ଶ୍ରୀନିବାସ ରାଓ,ସିଏଚ ଲଚ୍ଚମନ ରାଓ ଓ ଆଇନ ଉପଦେଷ୍ଟା ଭାବେ ବି. ଦୁର୍ଗା ରାଓ ଓ ଅଜିତ କୁମାର ପଣ୍ଡାଙ୍କ ସେମତ ପରିଚାଳନା କମିଟି ସଭ୍ୟ ଭାବେ ବି.କୋମଲା, କେ.ହେମାବତି, ଜି କ୍ରୀଷ୍ଣା, ଏସ ରବି ରେଢୀ, ବି ନାଗଭୂଷଣ,ଜିଲ୍ଲା ଲକ୍ଷ୍ମୀ ନାରାୟଣଙ୍କୁ ମନୋନୀତ କରାଯାଇଛି। ଏଣୁ ବଦାନ୍ୟ ଭକ୍ତଙ୍କ ସାହାଯ୍ୟ ଓ ସହଯୋଗ ସହାୟତାରେ ମନ୍ଦିରର ପୁନରୁଦ୍ଧାର ଓ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଜାକଜମକରେ କରିବା ପାଇଁ ସ୍ଥିର କରାଗଲା ।ଶେଷରେ ସଭାପତି ଓ ନୂତନ ପରିଚାଳନା କମିଟିକୁ ଧନ୍ୟବାଦ ଦେଇ ସଭା ସମାପନ କରିଥିଲେ ।

Advertisement