ବ୍ରହ୍ମପୁର,୧/୧୨(ଡି.ଏଚ/ଇ ରଞ୍ଜନ):ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମ୍ୟୁନିସିପାଲଟି ଖାଜା ସାହି ଠାରେ ଗରିବ ପୁଅ ଓ ଝିଅଙ୍କ ବୈବାହିକ ବନ୍ଧନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମୁସଲିମ୍ ପରିବାରର ଏଗାର ଗୋଟି ଝିଅ ଓ ହିନ୍ଦୁ ପରିବାରର ଚାରି ଗୋଟି ଝିଅ ସହ ଅନ୍ୟ ଜିଲ୍ଲାର ଓ ଗଞ୍ଜାମ ଜିଲ୍ଲାର ପୁଅଙ୍କ ସହ ବିବାହ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ,ଦକ୍ଷିଣାଅଞ୍ଚଳ ଆରକ୍ଷୀ ଅଧିକାରୀ ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଆରକ୍ଷଣ ଅଧିକାରୀ ପିନାକୀ ମିଶ୍ର, ଗଞ୍ଜାମ ଆରକ୍ଷଣ ଅଧିକାରୀ ବିଜେଶ କୁମାର ରାୟ, ଉପଜିଲ୍ଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉ ସାହେବ, ବ୍ରହ୍ମପୁର ମ୍ୟୁନିସିପାଲଟି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗଦେଇ ଦମ୍ପତି ମାନଙ୍କୁ ଆଶୀର୍ବାଦ ଅର୍ପଣ କରିଥିଲେl ଏହି ବିବାହ କାର୍ଯ୍ୟକ୍ରମ ‘ଗଞ୍ଜାମ ମୁସଲିମ କଲ୍ଚରାଲ ଆସୋସିଏସନ’ GMCA ସଂସ୍ଥା ତରଫରୁ ଆୟୋଜନ କରାଯାଇଛି ଏହି କାର୍ଯ୍ୟକ୍ରମରେ ଝିଅର ଆବଶ୍ୟକିୟ ବ୍ୟବହାର ସାମଗ୍ରୀ ସଂସ୍ଥା ତରଫରୁ ବହନ କରିଥିଲେ lଏହାସହ ବ୍ରହ୍ମପୁରର ସଫେଇ କାର୍ଯ୍ୟକ୍ରମ, ରକ୍ତଦାନ, ସ୍ୱାସ୍ଥ୍ୟ, ଶିକ୍ଷାର ପ୍ରଗତି ନିମନ୍ତେ ସହଯୋଗ କରିଥାନ୍ତି ଏଭଳି ଦୀର୍ଘ ପାଞ୍ଚ ବର୍ଷ ହେଲା ଚାଲିଥିବା ସୂଚନା ମିଳିଛି l
















