Friday, October 23, 2026
ADVERTISEMENT
Home ମୁଖ୍ୟ ଖବର ସମୁଦ୍ର ଭିତରେ ଧଳା ଜହର କାରବାର

ସମୁଦ୍ର ଭିତରେ ଧଳା ଜହର କାରବାର

367
ADVERTISEMENT

ବାଲେଶ୍ବର, ୨୨/୬(ଦୁନିଆ ହାଲଚାଲ ) : ବାଲେଶ୍ବର ବ୍ରାଉନସୁଗାର କ‌ାରବାରର ପେଣ୍ଠସ୍ଥଳ। କାରଣ ବାଲେଶ୍ବରରୁ ଗୋଟିଏ ପରେ ଗୋଟିଏ ବ୍ରାଉନ୍‌ସୁଗାର କାରବାର ଘଟଣା ସାମ୍ନାକୁ ଆସୁଛି। ଘଟଣାରେ ଧରାପଡ଼ିଥିବା ବ୍ୟକ୍ତିମାନେ ମାଛ ବ୍ୟବସାୟରେ ସଂପୃକ୍ତ ଥିବା ବେଳେ ମାଛ ପେଟରେ ଧଳାଜହର ଚାଲାଣ ନେଇ ଚାଲିଥିବା ଅଭିନବ କୌଶଳର ରହସ୍ୟ ଧୀରେ ଧୀରେ ପର୍ଦାଫାସ ହୋଇଛି । ସେମାନେ ଏହାକୁ ଆଳ କରି ନିଶା ବେପାର ଚଳାଇଥିବା ସ୍ପ‌ଷ୍ଟ ହେଉଛି। ଏବଂ ଏହି କାରବାରର ଚେର ବାଲେଶ୍ବର ମାଛ ମାର୍କେଟ୍‌ରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି।

ସୂଚନାନୁସାରେ ,ବାଲେଶ୍ବର ଉପକୂଳରେ ଥିବା ବିଭିନ୍ନ ଜେଟିରୁ ମାଛ ମାରିବା ପାଇଁ ଶହ ଶହ ବୋଟ୍‌ ସମୁଦ୍ର ମଧ୍ୟକୁ ଯାଉଛନ୍ତି। ମତ୍ସ୍ୟଜୀବୀମାନଙ୍କ ସହ ବାଂଲାଦେଶ ଓ ପଶ୍ଚିମବଙ୍ଗ ବ୍ରାଉନ୍‌ସୁଗାର ବ୍ୟବସାୟୀମାନେ କୌଣସି ଉପାୟରେ ସଂପର୍କ ରଖୁଛନ୍ତି। ଏପରି ସମୟରେ ‌ଧଳାଜହରର ନେଣଦେଣ ସମୁଦ୍ରରେ ହିଁ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଲା; ସଂପୃକ୍ତ ବୋଟ୍‌ରେ ମତ୍ସ୍ୟଜୀବୀଙ୍କ ସହ ଏମିତି କିଛି ଲୋକ ମଧ୍ୟ ରହୁଛନ୍ତି, ଯେଉଁମାନେ ଏ‌ହି ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଛନ୍ତି। ବୋଟ୍‌ କୂଳକୁ ଆସିବା ଆଗରୁ ବ୍ରାଉନ୍‌ସୁଗାର ମାଛ ପେଟରେ ସିଲ୍‌ ହୋଇଯାଉଛି। ପରେ ଏହା ବ୍ୟବସାୟୀ ମାଧ୍ୟମରେ ବଜାରରେ ପହଂଚୁଛି। ଉପକୂଳ ସୁରକ୍ଷାରେ ଢିଲା ଓ ସାମୁଦ୍ରିକ ଥାନାର ନିଷ୍କ୍ରିୟତା ଏଭଳି ବେଆଇନ କାମକୁ ସୁହାଉଥିବା ବେଳେ ନିର୍ଦିଷ୍ଟ କିଛି ଲୋକ ମୁହାଣରୁ ମାଛ ଆଣି ମାର୍କେଟ୍‌ରେ ବିକୁଥିବା ବ୍ୟବସାୟୀମାନଙ୍କ ପାଖରେ ପହଂଚା ଇେଦଉଛନ୍ତି। ପରେ ସେଠାରୁ ଖୁଚୁରା ବେପାର ଆରମ୍ଭ ହୋଇଯାଉଛି। ମାର୍କେଟ୍‌ର ବ୍ୟବସାୟୀ ଅର୍ଡର ଅନୁସାରେ ମାଛ ବିକିବା ବାହାନା କରି ଗ୍ରାହକଙ୍କ ପାଖରେ ବ୍ରାଉନ୍‌ସୁଗାର ନେଇ ହାଜର ହୋଇଯାଉଛନ୍ତି। ହେଲେ ପୁଲିସ ଏହି କୌଶଳର କିଛି ବି ଟେର୍‌ ପାଉନାହିଁ।

Advertisement