Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଜାଲ ସାର୍ଟିଫିକେଟରେ ଶିକ୍ଷକ ନିଯୁକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଜାଲ ସାର୍ଟିଫିକେଟରେ ଶିକ୍ଷକ ନିଯୁକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

314
ADVERTISEMENT

ଛତ୍ରପୁର,୩୦।୧୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ରେ ଜାଲ ଶିକ୍ଷକ ନିଯୁକ୍ତି, ଶିକ୍ଷାଗତ ଯୋଗ୍ୟତାପ୍ରମାଣପତ୍ର ପ୍ରସ୍ତୁତି ଓ ଯୋଗାଣ ଠାରୁ ଆରମ୍ଭ କରି ଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ ରେକଟ କାର୍ଯ୍ୟ କରୁଥିବା ନେଇ ଅଲ ଇଣ୍ଡିଆ ଫରୱ।ର୍ଡ ବ୍ଲକ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ଦାବିକରିଛି । ଜାଲ ଶିକ୍ଷକ ନିଯୁକ୍ତିକୁ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୭ଦଫା ଦାବି ନେଇ ଅଲଇଣ୍ଡିଆ ଫରୱ।ର୍ଡ ବ୍ଲକର ଜିଲ୍ଲାସମ୍ପାଦକ ସମରଜିତ ମହାନ୍ତିଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଜିଲ୍ଲାରେ ବେରୋଜଗାର ଦିନ କୁ ଦିନ ବଢୁଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଜାଲ ପ୍ରମାଣ ପତ୍ର ଦେଇ ନିକ୍ଷୁକ୍ତି ପାଇଥିବା ବେଳେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମାନେ ନିକ୍ଷୁକ୍ତିରୁ ବଞ୍ଚିତ ହୋଉଛନ୍ତି।
ଜାଲ ପ୍ରମାଣ ପତ୍ର ଦେଇ ନିକ୍ଷୁକ୍ତି ଦ୍ଵାରା ରାଜକୋଷରୁ ଅର୍ଥ ଅପବ୍ୟୟ ହେବା ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଇଛି । ଜାଲ ପ୍ରମାଣ ପତ୍ର ଶିକ୍ଷକ ନିଯୁକ୍ତି ,ଜାଲ ପ୍ରମାଣ ପତ୍ର କେଉଁଠି ପ୍ରସ୍ତୁତ ହୋଉଛି, କିଏ ଯୋଗାଉଛି ଏସବୁର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଙ୍ଘ ଦାବି କରିଛି । ଜିଲ୍ଲାରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ, ନିକ୍ଷୁକ୍ତି ବେଳେ ପ୍ରମାଣ ପତ୍ର ଯାଞ୍ଚ କରୁଥିବା ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା, ଏତଲା ଦିଆଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସଙ୍ଘ ଦାବି କରିଛି ।ଏହି ଧାରଣାରେ ରାଜୀବ ଖାଡାଙ୍ଗା, ଶୁଶାନ୍ତ ପଟ୍ଟନାୟକ, ସନ୍ତୋଷ ସାହୁ,ମିଥୁନ ପ୍ରଧାନ, ରାକେଶ ଦାଶ,ସନ୍ତୋଷ ପଣ୍ଡା, ଯୋଗେନ୍ଦ୍ର ସ୍ବାଇଁଙ୍କ ସମେତ ବହୁ ଯୁବକ ସାମିଲ ହୋଇଥିଲେ ।

Advertisement