ରଙ୍ଗେଇଲୁଣ୍ଡା,୩୦।୧୧(ଡି.ଏଚ/କିରଣ କୁମାର ମିଶ୍ର ) :ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ପରିସରରେ ଆଜି ଥାନା ଅଧିକାରୀ ବାବୁଲି ନାୟକଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ଓ ଗୋଳନ୍ଥରା ଥାନାର ମିଳିତ ଆନୁକୂଲ୍ୟରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ବ୍ରହ୍ମପୁର sp ପିନାକୀ ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଦର sdpo ଜୟନ୍ତ ମହାପାତ୍ର, କନିସି ତହସିଲଦାର ଅନିତା ସାହୁ, ସଦର ଥାନା ଅଧିକାରିଣୀ ସନ୍ତୋସିନୀ ଓରାମ, ମରାଇନ ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁ ଓ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବ୍ରହ୍ମପୁର SP ପିନାକୀ ମିଶ୍ର ଲୋକମାନଙ୍କୁ ଅତି ସୁନ୍ଦର ଭାବରେ ଟ୍ରାଫିକର ପ୍ରତିଟି ନିୟମକୁ ମାନିବା ପାଇଁ କହିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ସୁରକ୍ଷିତ ରଖୀବା ପାଇଁ ହେଲମେଟ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଳନ୍ତରା ଥାନା ଅନ୍ତର୍ଗତ ସମସ୍ତ ପଂଚାୟତର ସରପଞ୍ଚ, ସମିତି ସଭ୍ୟ,ଜିଲ୍ଲା ପରିଷଦ,ପ୍ରତି ଗ୍ରାମର ଭଦ୍ର ବ୍ୟକ୍ତି ଓ ଜ୍ଞାନୀ ଗଣ,ଛାତ୍ରଛାତ୍ରୀ ଏମିତି ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ।ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସମସ୍ତ ଅତିଥି ଓ ଯୋଗ ଦେଇଥିବା ମାନ୍ୟଗଣ ବ୍ୟକ୍ତି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଗୋଳନ୍ଥରା ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଙ୍କୁ ସହଯୋଗ କରିଥିଲେ। ପରିଶେଷରେ ଥାନା ଅଧିକାରୀ ବାବୁଲି ନାୟକ ଏହି କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
















