Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ବୁରୁପଡା ଦୁର୍ଗମ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର

ବୁରୁପଡା ଦୁର୍ଗମ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର

311
ADVERTISEMENT

ଦିଗପହଣ୍ଡି,୩୦।୧୧(ଡି.ଏଚ/ହିମାଂଶୁ ପାଢ଼ୀ ) : ଦିଗପହଣ୍ଡି ପୋଲିସ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ବେଳେ ମହୁଡ଼ା ଚାଞ୍ଚଡା ପଲ୍ଲୀ ଗାଁ ନିକଟ ବୁରୁପଡା ଦୁର୍ଗମ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛନ୍ତି। ଯୁବକଙ୍କ ପରିଚୟ ମିଳି ପାରିନାହିଁ। ସେ ଜିନ୍ ପ୍ୟାଣ୍ଟ ଓ ଚେକ୍ ସାର୍ଟ ପିନ୍ଧିଛନ୍ତି। ଗତ ଗୁରୁବାର ମହୁଡ଼ା ସରପଞ୍ଚଙ୍କ ଠାରୁ ଏନେଇ ଖବର ପାଇଥିଲେ। ସକାଳେ ଥାନା ଏସ ଆଇ ବଳଭଦ୍ର ଗଣ୍ଡ ସଦଳବଳେ ଜଙ୍ଗଲରେ ପହଞ୍ଚି ବହୁସମୟ ଧରି ଖୋଜା ଖୋଜି କରିବା ପରେ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହଟିକୁ ପାଇଥିଲେ। ଏନେଇ ଥାନା ଅପମୃତ୍ୟୁ ମାମଲା ନଂ ୧୨/୧୯ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠା ଯାଇଥିଲା। ପରେ ମୃତଦେହ ଟିକୁ ଦିଗପହଣ୍ଡି ଶ୍ମଶାନରେ ପୋତି ଦିଆଯାଇଥିବା ଜଣାପଡିଛି ।

Advertisement