Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଅବକାରୀ ଓ ପୁଲିସ ପକ୍ଷରୁ ମୋହନା ଥାନା ଇଲାକାରୁ ୧୮ କୋଟିର ଗଂଜେଇ ଗଛ ନଷ୍ଟ...

ଅବକାରୀ ଓ ପୁଲିସ ପକ୍ଷରୁ ମୋହନା ଥାନା ଇଲାକାରୁ ୧୮ କୋଟିର ଗଂଜେଇ ଗଛ ନଷ୍ଟ କରାଯାଇଛି

296
ADVERTISEMENT

ମୋହନା,୩୦।୧୧(ଡି.ଏଚ/ମୋହନ ଗୌଡ) : ଗଜପତି ଜିଲ୍ଲାଙ୍କୁ ଓଡିଶା ରାଜ୍ୟର ଗଜେଂଇ ବ୍ୟାପର ଭୁସ୍ୱର୍ଗ କୁହାଯାଉଥିବା ବେଳେ । ଦିନକୁ ଦିନ ଗଂଜେଇର ବ୍ୟବସାୟ ବଢିବାରେ ଲାଗିଛି । ଏକ ମାସ ମଧ୍ୟରେ ମୋହନା ବ୍ଲକରେ ପ୍ରାୟ ୬୫୦ରୁ ଉର୍ଦ୍ଦ୍ୱ ଏକର ଜମିରେ ପ୍ରାୟ ୧୨୦ କୋଟିର ଗଂଜେଇ ଗଛ କାଟି ନଷ୍ଟ କରାଯାଇଥିବା ଅନୁମାନ କରାଯାଉଛି । ଅନ୍ୟ ୬ ଗୋଟି ବ୍ଲକରେ କେତେ ପରିମାଣରେ ଗଂଜେଇ ଗଛ ନଷ୍ଟ କରାଯାଇଥିବ ତାହା ଜଣାପଡିନାହିଁ । ପୁଣି ଆଜି ମୋହନା ଥାନା ଅନ୍ତର୍ଗତ ବାଘମାରି ପଂଚାୟତ ବୁଡୁଣି ଗାଁ ନିକଟରୁ ଜଙ୍ଗଲ ଜମିରେ ୯୪ ଏକର ଚାଷ କରାଯାଇଥିବା ଗଂଜେଇ ଗଛକୁ କାଟିବା ସହ ନିଆଁରେ ପୋଡି ନଷ୍ଟ କରି ଦିଆଯାଇଛି । ଯାହାର ଆନୁମାନିକ ମୁଲ୍ୟ ୧୮ କୋଟି ହେବ ବୋଲି ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି । ଏହି ଗଂଜେଇ ନଷ୍ଟ ଅଭିଯାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ପୁଲିସ କର୍ମଚାରୀ, ଅବକାରୀ ବିଭାଗ କର୍ମଚାରୀଙ୍କ ସମେତ ବନ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ । ଏ ନେଇ ମୋହନା ଥାନାରେ କେଶ ନମ୍ବର ୨୧୨/ ୧୯ ମାମଲା ରୁଜ୍ଜୁ ହୋଇଛି ବୋଲି ସୂଚନା ପ୍ରଦାନ କରିଛନ୍ତି।

Advertisement