Saturday, November 21, 2026
ADVERTISEMENT
Home ଆଞ୍ଚଳିକ କବାଟ ତାଡ଼ି ଲୁଟେରା ନେଇଗଲେ ୧୦ ତୋଳାରୁ ଉର୍ଦ୍ଧ୍ୱ ସୁନା ଗହଣା

କବାଟ ତାଡ଼ି ଲୁଟେରା ନେଇଗଲେ ୧୦ ତୋଳାରୁ ଉର୍ଦ୍ଧ୍ୱ ସୁନା ଗହଣା

273
ADVERTISEMENT

ହିଞ୍ଜିଳିକାଟୁ,୨୯/୧୧(ଡି.ଏଚ/ଶେଷଦେବ ସାହୁ) : ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମରେ ସୋମବାର ରାତିରେ ଗୋଟିଏ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରୀ ହୋଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ବୁଧବାର ଗ୍ରାମରେ ପଂହଚି ପ୍ରାଥମିକ ତଦନ୍ତ ଚଳାଇଛି ।
ପ୍ରକାଶ ଥାଉକି, ସୋମବାର ରାତିରେ ବ୍ରାହ୍ମଣଛାଇ ଦୁର୍ଗାମନ୍ଦିର ସାହିର ଗୌରହରି ଦାଶଙ୍କ ଘରର ବାରିପଟ କବାଟ ଭାଙ୍ଗି ଦୁବୃର୍ତ ମାନେ ଘରୁ ପ୍ରାୟ ୧୦ତୋଳାରୁ ଉଦ୍ଧ୍ୱର୍ ସୁନା ଗହଣା ଓ ଅନ୍ୟାନ୍ୟ ମୁଲ୍ୟବାନ ସମାଗ୍ରୀ ଚୋରୀ କରିଛନ୍ତି । ଏଥି ନେଇ ବୁଧବାର ରତିରେ ଗୌରହରି ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ତଦନ୍ତ ଚଳାଇଛି । ଖବର ଲେଖା ସୁଦ୍ଧା ପୋଲିସ କାହାରିକୁ ଗିରଫ କରିନାହିଁ ।

Advertisement