କୁକୁଡ଼ାଖଣ୍ଡି,୨୯/୧୧(ଡି.ଏଚ/ଇ.ରଞ୍ଜନ) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ପ୍ରଣୟନ କରି ପ୍ରଶାସନ ଜରିଆରେ ପରିବେଶ ଓ ସମାଜରେ ବସବାସ କରୁଥିବା ଅଗଣିତ ଜନସାଧାରଣଙ୍କ ହିତ ନିମନ୍ତେ ଯୋଜନା କାର୍ଯ୍ୟକାରି ନିମନ୍ତେ ବିଭିନ୍ନ ବ୍ଲକରେ ଅନ୍ୟାନ୍ୟ ବିଭାଗ କରିଛନ୍ତି ସତ କିନ୍ତୁ ତାହା କାର୍ଯ୍ୟରେ ବ୍ୟବହାର ହେଲା କି ନାହିଁ ତାହା ପ୍ରଶାସନର ଦୃଷ୍ଟି ତିଳେ ମଧ୍ୟ ନଥିବା ଅଭିଯୋଗ ହଇଛି l ଜଗଦଳପୁର ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ହୋଇ ୩ ବର୍ଷରୁ ଉର୍ଦ୍ଧରେ ଗତିକରିଛି କିନ୍ତୁ ପଞ୍ଚାୟତର ଦୃଭାଗ୍ୟ ହେଲା ଯେ କୌଣସି ଉର୍ନ୍ନତିମୂଳକ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପାଦନ ହଇନଥିବା ସହ ଯେଉଁ କାର୍ଯ୍ୟ ହଇଛି ତାହା ଅର୍ଦ୍ଧସମ୍ପୂର୍ଣ ଅବସ୍ଥାରେ ରହିଛି ଏହା ସାଙ୍ଗକୁ ଯେଉଁ ନୂତନ କାର୍ଯ୍ୟପାଇଁ ସରକାରୀ ଅନୁଦାନ ଆସିଛି ତାହା ଦୃଷ୍ଟି ଆକର୍ଷଣ ଭାବେ ୨ ଟି ମଧ୍ୟରୁ ଗୋଟିଏ ନାମଫଳକ ଗ୍ରାମର ଇନ୍ଦିରା ଆବାସ କଲୋନୀ ଠାରୁ ଖେଳ ପଡିଆ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ମାଧମରେ ୧ ଲକ୍ଷ ୬0 ହଜାର ଟଙ୍କା ବିନିମୟରେ ସବୁଜ ସୁରକ୍ଷା ଜୀବନ ରକ୍ଷା ୨ସହ ଗଛ ନିମନ୍ତେ ଆସିଥିବା ଫଳକରେ ସୁଚାଇ ଦିଆଯାଇଛି । କିନ୍ତୁ ସେଠାରେ ମାତ୍ର ପ୍ରାୟ ୬0 ଗଛ ଥିବା ଦେଖାଦେଇଛି l ଏବଂ ଅନ୍ୟ ନାମ ଫଳକରେ 4ଲକ୍ଷ ଟଙ୍କା ବିନିମୟରେ ରୋଡ ନିର୍ମାଣ ନିମନ୍ତେ ଫଳକ ଲଗାଯାଇଅଛି । କାର୍ଯ୍ୟ ଆଦ୍ଵ ଆରମ୍ଭ ହଇନି କିନ୍ତୁ ସେଥିରେ କାର୍ଯ୍ୟ ଆରମ୍ଭ ଓ କାର୍ଯ୍ୟ ଶେଷ ତାରିଖ ନଥିବାରୁ ତାହା କେବେ କାର୍ଯ୍ୟ ସମ୍ପାଦନ ହେବ ତାହାକୁ ନେଇ ଅଞ୍ଚଳରୁ ପତିକ୍ରିୟା ସୃଷ୍ଟି ହଇଛି । ଯେ ଏଥିପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ଏବଂ ତାହା ସହ ୨00ଗଛର ତଦନ୍ତ ମଧ୍ୟ କରାଯାଉ ବୋଲି ଦାବି କରିଛନ୍ତି ।
















