Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା :ଉପରେ ତୁରନ୍ତ ଭୋଟ,ନଚେତ ବ୍ଲକ କାର୍ଯ୍ୟାଳୟ ଅଚଳ

ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା :ଉପରେ ତୁରନ୍ତ ଭୋଟ,ନଚେତ ବ୍ଲକ କାର୍ଯ୍ୟାଳୟ ଅଚଳ

302
ADVERTISEMENT

ପୁରୁଷୋତ୍ତମପୁର,୨୯/୧୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରାଜନୀତି ଏବେ କଡ ଲେଉଟାଉଛି ।ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ସୃଷ୍ଟି ହୈଇଥିବା ଝଡ ଏବେ ନିର୍ଣ୍ଣାୟକ ମୋଡ ପହଞ୍ଚିଛି । ୨୪ଜଣ ସରପଞ୍ଚ ଓ ୨୨ଜଣ ସମିତିସଭ୍ୟଙ୍କ ସମେତ ମୋଟ ୪୬ଜଣ ଜନପ୍ରତିନିଧି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ବିରୁଦ୍ଧରେ ଯୁଦ୍ଧ ଦେହି ଡାକରା ଶେଷରେ ଅନାସ୍ଥା ପ୍ରସ୍ତାବରେ ପହଞ୍ଚିଛି । ସମିତି ଉପାଧ୍ୟକ୍ଷା ବବିତା ରାଉଳଙ୍କ ନେତୃତ୍ୱରେ ସମସ୍ତ ତାରାତାରିଣୀ ମନ୍ଦିର ପୀଠରେ ଏକତ୍ରିତ ହୋଇ,ସେଠାରୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଅନାସ୍ଥା ପତ୍ର ପ୍ରଦାନ କରିଛନ୍ତି। ଅଧ୍ୟକ୍ଷ, ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରିବା,ଦୁର୍ନୀତି ଓ ପିସି କାରବାର ଆଦି ସଙ୍ଗିନୀ ଅଭିଯୋଗ କରିଛନ୍ତି।
ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡିର ବରିଷ୍ଠ ନେତା ବାଉରୀ ବନ୍ଧୁ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି, ଆମେ ସମସ୍ତେ ବିଜେଡିର ଶୃଙ୍ଖଳିତ ସଭ୍ୟ, ଦଳୀୟ ଶୃଙ୍ଖଳା ଓ ନବୀନ ବାବୁଙ୍କ ସ୍ବଚ୍ଛ ଶାସନ ଓ ଅନୁଶାସନ ଭିତରେ ରହି ଏହି ଅନାସ୍ଥା ପ୍ରସ୍ତାବ ଆଣିଛୁ। ପୂର୍ବରୁ ଏସକ୍ରାନ୍ତ ରେ ମନ୍ତ୍ରୀ, ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ଦୁଇ ଦୁଇ ଥର ବୈଠକ ହୋଇଥିଲା, କିନ୍ତୁ ଅଧ୍ୟକ୍ଷ ଏହି ବୈଠକରେ ଯୋଗ ଦେଇନଥିଲେ । ଶେଷରେ ବାଧ୍ୟ ହୋଇ ଅନାସ୍ଥା ଆଣିବାକୁ ପଡିଲା । ଦଳୀୟ ନିଷ୍ପତ୍ତି ଅନୁସାରେ ପୁନର୍ବାର ନୂଆ ଅଧ୍ୟକ୍ଷ ନିର୍ବାଚନ ହେବ । ଏହି ସବୁ ଘଟଣାକୁ ଅନୁଧ୍ୟାନ କରି ଝଡ ପୂର୍ବର ନିରବତା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

Advertisement