Friday, October 16, 2026
ADVERTISEMENT
Home ଆଞ୍ଚଳିକ ଆର.ଏସ.ଏସ ପକ୍ଷରୁ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ

ଆର.ଏସ.ଏସ ପକ୍ଷରୁ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ

324
ADVERTISEMENT

ହିଞ୍ଜିଳିକାଟୁ, ୨୧/୬(ଶେଷଦେବ ସାହୁ): ସାରା ବିଶ୍ୱରେ ଜୁନ ୨୧ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷିରେ ହିଞ୍ଜିଳିକାଟୁ ପୌରାଞ୍ଚଳ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିୟମ ପରିସରରେ ଯୋଗ ଦିବସ ପାଳନ କରାଯାଇଛି । ପ୍ରାତଃରୁ ସଂଘର ସଦସ୍ୟମାନେ ସ୍ଥାନୀୟ ମିନି ଷ୍ଟାଡ଼ିୟମ ପରିସରରେ ପହଞ୍ଚି ଷ୍ଟାଡ଼ିୟମ ପରିସରକୁ ପରିଷ୍କାର କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସଂଘ ଚାଳକ ଡ଼ାକ୍ତର ପ୍ରଭାକର ସାହୁ ଓ ସମ୍ମାନୀତ ଅତିଥି ଭାବେ ପତଞ୍ଜଳି ଯୋଗକେନ୍ଦ୍ର କାର୍ଯ୍ୟବାହ ଡ଼ାକ୍ତର ବୃନ୍ଦାବନ ପାଢ଼ୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଆର.ଏସ.ଏସ ପକ୍ଷରୁ ଉପସ୍ଥିତ ବ୍ୟକ୍ତିମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା ।

ପରିଶେଷରେ ଅତିଥିମାନେ ଯୋଗ ଦ୍ୱାରା ଶରୀର ଓ ମନ ପ୍ରଫୁଲ୍ଲ ରହିବା ସହ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣରୁ ରକ୍ଷା କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଆର.ଏସ.ଏସର ଗଞ୍ଜାମ ଜିଲ୍ଲା ସଂଯୋଜକ ହରପ୍ରସାଦ ସ୍ୱାଇଁ, ସହଯୋଗୀ ଅଜିତ ନାୟକ, ଖଣ୍ଡ ସଂଯୋଜକ ସନ୍ନ୍ୟାସୀ ପୃଷ୍ଟି, ଆଲୋକ କୁମାର ନାୟକ ପ୍ରମୁଖ ପରିଚାଳନା କାରିଥିଲେ । କରୁଣାକର ବାଡ଼ତ୍ୟା, କଳାକାର ପୃଷ୍ଟି, ରମେଶ ଚନ୍ଦ୍ର ପଟ୍ଟନାୟକ, ଉମାଶଙ୍କର ପାଢୀ, ଚିତ୍ତରଞ୍ଜନ ମହାରଣା, ସନ୍ତୋଷ ସାବତ, ରଞ୍ଜନ କୁମାର ସାହୁ, ଅନ୍ତର୍ଯ୍ୟାମୀ ପାତ୍ର, କୃଷ୍ଣ ମହାରଣା, କୃଷ୍ଣ ସେଠୀ, ରାକେଶ ରଥ, ରାଜେନ୍ଦ୍ର କୁମାର ପାଢୀ, କୋରା ପ୍ରସାଦ ବେହେରା, କୁମୁଦ ପାଢୀ, ଶ୍ରୀକାନ୍ତ ପ୍ରଧାନ, ମାଧବ ଗୌଡ଼ଙ୍କ ସମେତ ଆର.ଏସ.ଏସର ବହୁ କର୍ମକର୍ତ୍ତା, ଆଇନଜୀବି, ବ୍ୟାଙ୍କ କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସମେତ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ଯୋଗ ଶିକ୍ଷା ଲାଭ କରିଥିଲେ ।

Advertisement