ପାରିବାରିକ କଳହରୁ ଆତ୍ମହତ୍ୟା

194
ADVERTISEMENT

କୁକୁଡାଖଣ୍ଡି, ୨୧/୬(ଇ.ରଞ୍ଜନ): ଗୁରୁବାର ମଧ୍ୟରାତ୍ରରେ କୁକୁଡାଖଣ୍ଡି ବ୍ଲକ ଲୋଚାପଡ଼ା ପଞ୍ଚାୟତ ଅନ୍ତର୍ଗତ ରାମକୃଷ୍ଣ ନଗର ତୃତୀୟ ଗଳିରେ ଜଣେ ବ୍ୟକ୍ତି ପାରିବାରିକ କଳହରୁ ଆତ୍ମହତ୍ୟା କରିଛି | ସେ ହେଉଛନ୍ତି ଇରଫାନ ଶେଖ ଓରଫ ରିଙ୍କୁ | ସଦର ପୋଲିସ ଖବର ପାଇ ଶୁକ୍ରବାର ମଧ୍ୟାନ୍ନରେ ଶବକୁ ଜବତ କରିବା ସହ ବ୍ରହ୍ମପୁର ବଡ଼ ମେଡିକାଲରେ ବ୍ୟବଚ୍ଛେଦ କରାଇଛି |

ଏନେଇ ଏକ ଅପମୃତ୍ୟୁ ମାମଲା କେସ ନମ୍ବର ୨୦/୨୦୧୯ରେ ପୋଲିସ ଦାଏର କରିଛି | ସଦର ଥାନା ଏସ.ଆଇ ସୁରେଶ ସାହୁଙ୍କ କହିବାନୁଯାୟୀ, ୩୫ବର୍ଷୀୟ ଇରଫାନ ଅଟୋ ଚଳାଇ ନିଜ ପରିବାର ପୋଷଣ କରୁଥିଲେ | ତେବେ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ପରିବାର ମଧ୍ୟରେ କଳହ ଲାଗିରହିଥିଲା | ମାନସିକ ଭାରସାମ୍ୟ ହରାଇ ଶେଷରେ ଇରଫାନ ଓରଫ ରିଙ୍କୁ ଘର ଭିତରେ ଥିବା ଏକ ଫେନରେ ସମସ୍ତେ ଶୋଇଥିବା ସମୟରେ ସ୍ତ୍ରୀଙ୍କ ଲୁଗାରେ ନିଜ ବେକକୁ ଭିଡି ଆତ୍ମହତ୍ୟା କରିଛି |

Advertisement