ବ୍ରହ୍ମପୁର ,୨୮ା୧୧(ଡି.ଏଚ):ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ରେଞ୍ଜରେ ଗତକାଲି ମିଳମ୍ବିତ ରାତିରେ ବହୁ ମୂଲ୍ୟର ଶାଗୁଆନ କାଠଗଣ୍ଡି ଜବତ କରାଯାଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ରାତି ପ୍ରାୟ ୧୧ଟା ବେଳେ ଦିଗପହଣ୍ଡି ରେଞ୍ଜର ଉପ ରେଞ୍ଜର ପ୍ରମୋଦ କୁମାର ଖଡଗରାୟଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ଶୁଭମ୍ ନାୟକ ଓ ଅକ୍ଷୟ ତ୍ରିପାଠୀ ଚଢ଼ାଉ କରି ୨୧ଟି ଶାଗୁଆନ୍ ଗଣ୍ଡି ଜବତ କରିଛନ୍ତି।ସେମାନେ ଯେଉଁ ଟ୍ରକରେ ସେଗୁଡ଼ିକର ଚୋରା ଚାଲାଣ କରାଯାଉଥିଲା ତାକୁ ବି ଜବତ କରିଥିବା ଜଣାଯାଇଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।
















