Wednesday, August 19, 2026
ADVERTISEMENT
Home ବ୍ୟବସାୟ ୱାଲମାର୍ଟ କମ୍ପାନୀ ଉପରେ ଲାଗିଲା ୧୯୬୪ କୋଟି ଟଙ୍କାର ଜୋରିମାନା

ୱାଲମାର୍ଟ କମ୍ପାନୀ ଉପରେ ଲାଗିଲା ୧୯୬୪ କୋଟି ଟଙ୍କାର ଜୋରିମାନା

318
ADVERTISEMENT

ନୂଆଦିଲ୍ଲୀ, ୨୧/୬(ଡିଏଚବି): ଭାରତ ସମେତ ୪ ଦେଶର ଦୁର୍ନୀତି ନିବାରଣ ଆଇନର ଉଲ୍ଳଙ୍ଘନ ପାଇଁ ଇ-କମର୍ସ କମ୍ପାନୀ ୱାଲମାର୍ଟ ଉପରେ ୧୯୬୪ କୋଟି ଟଙ୍କାର ଜୋରିମାନା ଲଗାଯାଇଛି। ୟୁଏସ୍‍ ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ(ଏସ୍‍ଇସି) ସହ ଆମେରିକାରର ଡିପାର୍ଟମେଣ୍ଟ ଅଫ ଜଷ୍ଟିସ ଏହି ଜୋରିମାନା ଲଗାଇଛନ୍ତି। ଜୋରିମାନା ଅର୍ଥରୁ ୧୦୦୨ କୋଟି ଟଙ୍କା ଏସ୍‍ଇସି ଓ ୯୬୦ କୋଟି ଟଙ୍କା ଡିପାର୍ଟମେଣ୍ଟ ଅଫ ଜଷ୍ଟିସ୍‍କୁ ପ୍ରଦାନ କରାଯିବ।

ୱାଲମାର୍ଟ ବିଦେଶୀ ରାଷ୍ଟ୍ରର ଦୁର୍ନୀତି ନିବାରଣ ଆଇନ ବା ଫରେନ କରପ୍ଟ ପ୍ରାକ୍ଟିସ୍‍ ଆକ୍ଟ(ଏଫସିପିଏ) ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା। ଏସ୍‍ଇସି ନିଜ ତଦନ୍ତ ରିପୋର୍ଟରେ ଦର୍ଶାଇଥିଲା ଯେ, ୱାଲମାର୍ଟ ଭାରତ, ଚୀନ, ବ୍ରାଜିଲ ଏବଂ ମେକ୍ସିକୋରେ ବ୍ୟବସାୟ ସମୟରେ ଦୁର୍ନୀତି ନିବାରଣ ଆଇନର ଉଲ୍ଲଙ୍ଘନ କରିଛି। ଏସଇସି ଅନୁସାରେ ୱାଲମାର୍ଟର ତୃତୀୟ ପକ୍ଷ ବା ମଧ୍ୟବର୍ତ୍ତୀ ସଂସ୍ଥାଗୁଡ଼ିକ ଏଫସିପିଏର ଉଲ୍ଲଙ୍ଘନ କରିଛନ୍ତି। ଏଫସିପିଏର ଉଲ୍ଲଙ୍ଘନ ପାଇଁ ମଧ୍ୟବର୍ତ୍ତୀ ସଂସ୍ଥାଗୁଡ଼ିକ ଅନ୍ୟ ଦେଶର ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ।

Advertisement