ବ୍ରହ୍ମପୁର,୨୬।୧୧: (ଡି.ଏଚ/ଗୁରୁ ପ୍ରସାଦ ପଟନାୟକ ) : ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ବିଧାନସଭା ସମୁଖରେ ସୋମବାରଠାରୁ ଆମରଣ ଅନଶନ ଆରମ୍ଭ ହୋଇଛି। ରାଜ୍ୟର ୫ ହଜାରରୁ ଊର୍ଦ୍ଧ୍ୱ ଠିକାଦାର ବିଧାନସଭା ଘେରାଉ କରିବା ସହ ୧୦ ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଧାରଣା ଓ ଆମରଣ ଅନଶନ ଜାରି ରହିବ ବୋଲି ମହାସଂଘ ସଭାପତି ପ୍ରଭାତ ଦାସ କହିଛନ୍ତି। ପ୍ରଭାତ କହିଛନ୍ତି, ରାଜ୍ୟ ସରକାର ଠିକାଦାରଙ୍କ ପ୍ରତି ବୈମାତୃକ ମନୋଭାବ ରଖୁଛନ୍ତି। ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନ ଓ ଭତ୍ତାରେ ୫ବର୍ଷରେ ୮୦ ପ୍ରତିଶତ ବଢ଼ିଥିଲେ ମଧ୍ୟ ଠିକାଦାର ବାଦ ପଡ଼ିଛନ୍ତି। ନିର୍ଦ୍ଧାରିତ ମୂଲ୍ୟଠାରୁ ୧୦ ପ୍ରତିଶତ କମ୍ରେ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏହା ଠିକାଦାର ଓ ସେମାନଙ୍କ ଅଧୀନରେ କାର୍ଯ୍ୟରତ ଦିନ ମଜୁରିଆଙ୍କ ପେଟକୁ ଲାତ ମାରିବା ସଦୃଶ ହୋଇଛି ବୋଲି ସେ କହିଛନ୍ତି।















