Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଗଂଜାମରେ ପ୍ରଥମ “ମୋସରକାର”ଛାଟ: କାର୍ଯ୍ୟ ଅବହେଳା ଫାଣ୍ଡି ଅଧିକାରୀ ନିଲମ୍ବିତ

ଗଂଜାମରେ ପ୍ରଥମ “ମୋସରକାର”ଛାଟ: କାର୍ଯ୍ୟ ଅବହେଳା ଫାଣ୍ଡି ଅଧିକାରୀ ନିଲମ୍ବିତ

510
ADVERTISEMENT

କୁକୁଡାଖଣ୍ଡି,୨୬।୧୧: (ଡି.ଏଚ/ଇ.ରଞ୍ଜନ ) : ଗଂଜାମ ଜିଲ୍ଲାରେ ମୋସରକାରର ପ୍ରଭାବ ଅଭିଯୋଗ ପରେ ହୋଇଛି ତୁରନ୍ତ କାର୍ଯ୍ୟନୁଷ୍ଟାନ ତାହା ପୁଣି ପୋଲିସ ବିଭାଗରେ ଏହା ଦେଖି ସମସ୍ତ ପୋଲିସ କର୍ମଚାରୀଙ୍କ ମନରେ କକୁଆ ଭୟ ସୃଷ୍ଟି ହୋଇଛି। କାର୍ଯ୍ୟରେ ଅବହେଳା କାରଣରୁ ନିଲମ୍ବିତ ହୋଇଛନ୍ତି । ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡିରେ କାର୍ଯ୍ୟରତ୍ତ ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ।ରାଜ୍ୟ ସରକାରଙ୍କ “ମୋ ସରକାରର” ଡ଼ି.ଆଇ.ଜିଙ୍କ ତରଫରୁ ଏଏସଆଇଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଅସମଥିତ ସୂଚନା ମୁତାବକ ବାଲେଶ୍ବର ଜଣେ ବ୍ୟକ୍ତିଙ୍କ ବାଇକ୧୦ ଦିନ ପୂର୍ବରୁ ନିମଖଣ୍ଡି ଫାଣ୍ଡି ଅଞ୍ଚଳରୁ ଚୋରି ହୋଇଥିଲା ଏନେଇ ସେ ଫାଣ୍ଡିରେ ଅଭିଯୋଗ କରିଥିଲେ। ତାଙ୍କ ଗାଡି ଚିକିଟି ଫାଣ୍ଡି ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଉକ୍ତ ସମୟରେ ବ୍ୟକ୍ତି ଜଣଙ୍କୁ ୭ଶହ ଟଙ୍କା କିଏ ମାଗିଥିବା ନେଇ ମୋସରକାର ସହାୟତା ନମ୍ବରରେ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଏଏସଆଇଙ୍କୁ ନିଲମ୍ବିତ କରିଛନ୍ତି ଡ଼ି ଆଇ ଜି । ଏନେଇ ନିଲମ୍ବିତ ଏଏସଆଇ ଜଣଙ୍କ କହିଛନ୍ତି ଅଭିଯୋଗ ଭିତ୍ତିହୀନ ,ଏନେଇ କୈଣସି ତଦନ୍ତ କରାଯାଇ ନିଲମ୍ବିତକୁ ସେ ସହଜେ ଗ୍ରହଣ କରିପାରୁନାହାନ୍ତି।

Advertisement