ମୋହନା,୨୬।୧୧(ଡି.ଏଚ/ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ବ୍ଳକ କରଚବାଡି ୫ନଂ ୱାର୍ଡର ଓଡିଆ ସାହିର ଏକ ନୂତନ ଯୁବକ ସଂଘ ଗଠନ ହୋଇଅଛି । ଗ୍ରାମର ପରିମଳ ବ୍ୟବସ୍ଥା ହାତକୁ ନେଇ ତା୨୫.୧୧.୨୦୧୯ ରିଖ କିଛି ଅନୁସନ୍ଧାନ କରି ସ୍ୱଚ୍ଛ ଭାରତ ଅଭିଯାନରେ ଗ୍ରାମର ପରିମଳ ବ୍ୟବସ୍ଥା ସଫା ସୂତତା ହୋଇଅଛି । ଏଣୁ କରଚବାଡି ଗ୍ରାମର ମାଁ ବ୍ରହ୍ମଣୀ ଦେବୀ ଯୁବକ ସଂଘ ପଦକ୍ଷେପ ନେଇଅଛି ଗ୍ରାମକୁ ଉନ୍ନତି ନିମନ୍ତେ । ସରକାରଙ୍କ ନୂଆ ନୁଆ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କରଚବାଡି ଗ୍ରାମକୁ ସେହି ସରକାରଙ୍କ ଯୋଜନା ଗୁଡିକୁ ପଂହଚି ପାରୁନି । କିନ୍ତୁ ସରକାର ଗୋଟେ ପେଟେ ଦିନକୁ ଦିନ କୋଟି କୋଟି ଟଙ୍କା ବିନିମୟ କରି ଯୋଜନା ଉପରେ ଯୋଜନା ଖୋଲିଚାଲୁଛନ୍ତି । ବର୍ତମାନ ପର୍ଯ୍ୟନ୍ତ କୌଣସି ଏକ ଯୋଜନା ସମ୍ପୁର୍ଣ୍ଣ ଭାବେ ସଠିକ ମାର୍ଗରେ କାର୍ଯ୍ୟକାରୀ ହୋଇପାରିନାହି । ସେହି ବିଷୟରେ ଆଲୋଚନା କରାଯାଇଥିଲା ।
















