Tuesday, November 24, 2026
ADVERTISEMENT
Home ଆଞ୍ଚଳିକ କରଣ ସମାଜର ଚିତ୍ରଗୁପ୍ତ ପୂଜା ଓ ବନ୍ଧୁମିଳନ ମହୋତ୍ସବ

କରଣ ସମାଜର ଚିତ୍ରଗୁପ୍ତ ପୂଜା ଓ ବନ୍ଧୁମିଳନ ମହୋତ୍ସବ

365
ADVERTISEMENT

ପାଇକମାଳ,୨୫/୧୧(ଡି.ଏଚ/କୁଞ୍ଜ ବିହାରି ସାହୁ):ଆଜି ପାଇକମାଳ ଓ ଝାରବନ୍ଧ ବ୍ଲକ ନୃସିଂହନାଥ ଜୋନ୍ ସ୍ତରୀୟ କରଣ ସମାଜର ଚିତ୍ରଗୁପ୍ତ ପୂଜା ଓ ବନ୍ଧୁମିଳନ ମହୋତ୍ସବ ନୃସିଂହନାଥ ସ୍ଥିତ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଆରାଧ୍ୟ ଦେବତା ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାରେ ପଣ୍ଡିତ ତରଣି ସେନ୍ ଦାସଙ୍କ ତତ୍ତ୍ଵାବଧାନରେ ପୂଜାକାର୍ଯ୍ୟ ରୂପେ ବିଜୟାନନ୍ଦ ପଟ୍ଟନାୟକ ଓ ଧର୍ମପତ୍ନୀ ତୟସ୍ମିତା ପଟ୍ଟନାୟକ ଦାୟିତ୍ଵ ନିର୍ବାହ କରିଥିଲେ । ପୂଜାର୍ଚ୍ଚନା ପରେ ପରେ ଶିକ୍ଷବିତ୍ ଶରତ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରକୃତି ବନ୍ଧୁ ସାମ୍ବାଦିକ ଧିରେନ୍ ମହାନ୍ତି ସଭା ସଞ୍ଚାଳନ କରିଥିଲେ ।

ଉକ୍ତ ଵୈଠକରେ ସମ୍ବଲପୂର କରଣ ସମାଜର ପ୍ରତିନିଧି ରୂପେ ଶ୍ରୀମତୀ ଅନ୍ତିମା ଦାନୀ ,ନୂଆପଡ଼ା ଜିଲ୍ଲାରୁ ଶ୍ରୀମତୀ ବଉଳ ମହାନ୍ତି , ରାଜଖରିଆର୍ ରୁ କରଣ ସମାଜର ମୁକେଶ କୁମାର ପଟ୍ଟନାୟକ,ସତୀଶ କୁମାର ପଟ୍ଟନାୟକ, ଅମରେଶ ପଟ୍ଟନାୟକ , ପୃଥିରାଜ୍ ମହାନ୍ତି , ପ୍ରବୀଣ ପଟ୍ଟନାୟକ ଯୋଗଦେଇ ଥିଲେ । ଅଧ୍ୟାପିକା ରଞ୍ଜିତା ମହାନ୍ତି କରଣ ସମାଜର ଆରାଧ୍ୟା ଦେବତା ଚିତ୍ରଗୁପ୍ତ ମହାପ୍ରଭୁ ଓ କରଣ ସମାଜ ଉପରେ ଆଲୋକପାତ କରି ଉଦ୍ଦେଶ୍ୟ ଜ୍ଞାପନ କରି ଥିଲେ। ସମ୍ବଲପୁର,ନୂଆପଡ଼ା , ରାଜ ଖରିଆରରୁ ଆସିଥିବା ଏହି ଅଥିତି ମାନଙ୍କୁ କରଣ ସମାଜ ତରଫରୁ ଉପଢ଼ୋକନ୍ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା । ନୃସିଂହନାଥ ଜୋନ୍ ସ୍ତରୀୟ ଏହି ଉତ୍ସବ ନିମନ୍ତେ ପ୍ରସ୍ତୁତି ଓ ପ୍ରୟାସର ଗୁରୁତ୍ଵ ଭୂମିକା ନିର୍ବାହ କରିଥିବା ପ୍ରଶାନ୍ତ ପଟ୍ଟନାୟକ ଓ ନରେନ୍ଦ୍ର କୁମାର ମହାନ୍ତି ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସମାଜ ତରଫରୁ ସମ୍ମାନିତ କରାଯାଇଥିଲା । ବୈଠକରେ ପତ୍ରାଗୁଡା ଗ୍ରାମର ପ୍ରଦୀପ ଦାସ ଅକାଳ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ତାଙ୍କ ଆତ୍ମାର ସତ୍ ଗତି କାମନା କରାଯାଇଥିଲା । ଏହି ସଭାରେ କରଣ ସମାଜର ଉନ୍ନତି କାମନା କରିବା ପାଇଁ ସମସ୍ତେ ଏକାଠି ହେବାକୁ କାର୍ଯ୍ୟ କରିବାକୁ ନିଷ୍ପତି ନିଆଯାଇଥିଲା । ଏପରିକି ଆଗାମୀ ଦିନରେ ନୃସିଂହନାଥ ରେ ପଶ୍ଚିମ ଓଡ଼ିଶା କରଣ ସମାଜ ତରଫରୁ ଏକ ଧର୍ମଶାଳା ଓ ଚିତ୍ରଗୁପ୍ତ ମନ୍ଦିର ନିର୍ମାଣ ନିମନ୍ତେ ପ୍ରସ୍ତୁତି କରାଯିବାପାଇଁ ମତ ପ୍ରକାଶ ପାଇଥିଲା । ସମସ୍ତ ଏହି କାର୍ଯକ୍ରମ କୁ ସୁଚାରୁରୂପେ ସମ୍ପାଦନାରେ ସହଯୋଗ କରିଥିବା ଅଜୟ ଦାସ, ଡ଼ା ଦେବଦତ୍ତ ମହାନ୍ତି , ସାମ୍ବାଦିକ ନୀରୋଜ୍ ପାଣି, ରମେଶ ମହାନ୍ତି , ପ୍ରମୋଦ କୁମାର ରାୟ , ଡ଼ା ରାଜୀବ ପଟ୍ଟନାୟକ , ଡ୍ ରଶ୍ମୀ ରଞ୍ଜନ ମହାନ୍ତି ,ଅମୂଲ୍ୟ ମହାପାତ୍ର, ଭୀମସେନ ବହିଦାର ,ନନ୍ଦ ଶ୍ରୀ ବାସ୍ତବ , ବ୍ରଜକିଶୋର ଜେନା , ଦେବାଶିଷ ପଟ୍ଟନାୟକ,ତପନ ବହିଦାର,ମନୋଜ ମହାନ୍ତି, କେଦାର ମହାନ୍ତି , ବିଜୟ ମହାନ୍ତି , ଝୁନା ରାଉତରାୟ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।ପରି ଶେଷରେ ପ୍ରମୋଦ ରାୟ ଟୁନା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement