କୁକୁଡାଖଣ୍ଡି,୨୪।୧୧(ଡି.ଏଚ/ଇ.ରଞ୍ଜନ): କୁକୁଡ଼ାଖଣ୍ଡି ବ୍ଲକ ଅଧୀନରେ ରହିଥିବା ସମସ୍ତ ଗ୍ରାମାଞ୍ଚଳରେ ବାହ୍ୟ ମଳ ତ୍ୟାଗ ବୃଦ୍ଧିପାଇବାରେ ଲାଗିଛି ଗ୍ରାମାଞ୍ଚଳ ମାନଙ୍କରେ ବସ ବାସ କରୁଥିବା ଗରିବ ଲୋକଙ୍କ ଘରେ ଘରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରତ୍ସାହନ ରାଶି ପ୍ରଦାନ କରି ଶୌଚାଳୟ ନିର୍ମାଣ କରିବା ପାଇଁ ସଚେତନ କରାଉଥିଲେ । ତଥାପି ଲୋକଙ୍କ ସଚେତନର ଅଭାବ ଯୋଗୁଁ ଜ଼ିଲ୍ଲା ପ୍ରଶାସନ ନିର୍ଦେଶ ଅନୁଯାୟୀ ବ୍ଲକ ପ୍ରଶାସନ କର୍ମଚାରି ଗାଁ ଗାଁ ରେ ସୂର୍ଯ୍ୟ ଉଦୟ ପୂର୍ବରୁ ରାସ୍ତା କଡ଼ରେ ଶୌଚ କରୁଥିବା ଲୋକଙ୍କୁ ଦେଖାଣିଆ ଭାବେ ଲୋକଙ୍କୁ ଗୋଲାପ ଫୁଲ ଉପହାର ଦେଇ ଲୋକଙ୍କୁ ଲୋଜିତ କରିଥିଲେ । କିନ୍ତୁ ବିଗତ ଦିନ ମାନଙ୍କରେ ସରକାର ରାସ୍ତା କଡ଼ ଶୌଚ ହ୍ରାସ କରିବା ନିମନ୍ତେ ଗ୍ରାମାଞ୍ଚଳ ମାନଙ୍କରେ ବିଭିନ୍ନ ନାଟକ ମାଧମ ଓ ସ୍କୁଲ ଏରିଆରେ ସ୍ୱଚ୍ଛ କରିବା ଅପରାଧ ଭଳି ଚିତ୍ର ସହ ବିଭିନ୍ନ ଲେଖା ମାଧମରେ ଲୋକଙ୍କୁ ସଚେତନ କରୁଥିବା ବିଗତ ଦିନ ମାନଙ୍କରେ ଦେଖିବା ପାଇଁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଦୁନିଆ ଉର୍ନ୍ନତି ଆଡକୁ ଅଗ୍ରସର ହଇ ଯାଇଥିବା ଯୋଗୁଁ ତାହା ଲୋପ ପାଇଯାଇଥିବା ଯୋଗୁଁ ଗ୍ରାମାଞ୍ଚଳ ଲୋକେ ଦ୍ରୁତଗତିରେ ବାହ୍ୟ ମଳ ତ୍ୟାଗ କରଥିବା ବୃଦ୍ଧି ପାଉଥିବା ଯାଗୁଁ ବୃଦ୍ଧିଯିବି ମାନେ ସରକାର ଓ ପ୍ରଶାସନକୁ ଏକ ଭିନ୍ନ ଡଙ୍ଗରେ ଚର୍ଚ୍ଚାରେ ନିନ୍ଦା କରନ୍ତି l ଏହା ସହ ଶୌଚାଳୟ ନିର୍ମାଣ ଏକ ନିମନ୍ତେ ୧୨ ହଜାର ଟଙ୍କା ବେୟବରାଦ କରିଛନ୍ତି l କିନ୍ତୁ ପଦସ୍ତ ଅଧିକାରୀଙ୍କ ଦୃଷ୍ଟି ରହୁନଥିବ ରୁ ଲୋକଙ୍କୁ ସଚେତନ ଅଭାବ ଦୃଷ୍ଟିକୋଣରୁ ହିତାଧିକାରୀଙ୍କ ଶୌଚାଳୟ ନିର୍ମାଣ ଅବଧି ସରି ବହୁ ଦିନଧରି ନିର୍ମାଣ ନିମନ୍ତେ ହାତରୁ ଖର୍ଚ୍ଚ କରି ସରକାରୀ ଅନୁଦାନ ଟଙ୍କାକୁ ବ୍ଲକକୁ ଦୌଡ଼ି ବିରକ୍ତ ହୋଇ ଶେଷରେ ନିରାଶ ହୋଇଥିବା ଦେଖିବାକୁ ମିଳିଛି l ତେଣୁ କେନ୍ଦ୍ର ସରକାର ଏଥିନିମନ୍ତେ ଦୃଷ୍ଟି ଦିଅନ୍ତୁ ବୋଲି ହିତାଧିକାରୀ ମାନେ ଦାବି କରିଛନ୍ତି ।















