Saturday, November 21, 2026
ADVERTISEMENT
Home ଆଞ୍ଚଳିକ ସତ୍ୟସାଇଙ୍କ ୯୪ତମ ଜୟନ୍ତୀ ପାଳିତ

ସତ୍ୟସାଇଙ୍କ ୯୪ତମ ଜୟନ୍ତୀ ପାଳିତ

290
ADVERTISEMENT

କୁକୁଡାଖଣ୍ଡି,୨୪।୧୧(ଡି.ଏଚ/ଇ.ରଞ୍ଜନ ):କୁକୁଡାଖଣ୍ଡି ସତ୍ୟସାଇ ସେବା ସମିତି ପକ୍ଷରୁ ଭଗବାନ ସତ୍ୟସାଇଙ୍କ ୯୪ତମ ଜନ୍ମବର୍ଷିକି ମହାସମାରହୋରେ ପାଳିତ ହୋଇଯାଇଛି।ପ୍ରାତଃରେ ଭଜନଗାନ ସହ ଗ୍ରାମ୍ୟପରିକ୍ରମା କରାଯାଇଥିଲା। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଉପଜିଲ୍ଲାପାଳ ଡି.ଜଗନ୍ନାଥ ଯୋଗଦେଇ ସତ୍ୟସାଇଙ୍କ ମାନବ ସମାଜପ୍ରତି ଅବଦାନ ଓ ସମାଜର କଲ୍ୟାଣ ଉପରେ ଆଧାରିତ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଅନ୍ତର୍ଯ୍ୟାମୀ ତ୍ରିପାଠୀ ଯୋଗଦେଇ ସୁସ୍ଥପରିବେଶ ଓ ସାରା ପୃଥିବୀରେ ଘଟୁଥିବା ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଯେପରି ପରବର୍ତ୍ତୀ ପିଢୀଙ୍କ ଉପରେ ଯେମିତି ଭଲ ପ୍ରଭାବ ପଡିବ ସେନେଇ ଆଲୋଚନା କରିଥିଲେ। ଆଗାମୀ ଦିନରେ ଦୁଃଖୀହୀନ ଲୋକଙ୍କୁ ନେଇ ନାରାୟଣ ସେବା ,ରକ୍ତଦାନ ଶିବିର,ପରିବେଶ ମୋର ଘର କାଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଥିଲା। କାଯ୍ୟକ୍ରମକୁ ସତ୍ୟସାଇସେବା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ।

Advertisement