Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ପାରିବାରିକ କଳହରୁ ଶରୀରରେ କିରୋସିନି ଢାଲି ନିଆଁ ଲଗାଇଲେ ମହିଳା

ପାରିବାରିକ କଳହରୁ ଶରୀରରେ କିରୋସିନି ଢାଲି ନିଆଁ ଲଗାଇଲେ ମହିଳା

248
ADVERTISEMENT

ହିଞ୍ଜିଳିକାଟୁ,୨୪।୧୧(ଡି.ଏଚ/ଶେଷଦେବ ସାହୁ) : ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ମହିଳା ନିଜ ଶରୀରରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ମହିଳା ଜଣକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମମତା ପୋଲାଇ (୨୪) । ପୋଲିସ ସୁତ୍ରରୁ ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ୧୦ ଟାରେ କୌଣସି କାରଣରୁ ମମତାଙ୍କ ସହ ସ୍ୱାମୀ ଅରୁଣଙ୍କ ଝଗଡ଼ା ହୋଇଥିଲା । ଏଥିରେ ମହିଳା ଜଣକ ଉତ୍ୟକ୍ତ ହୋଇ ରୋଷେଇ ଘରକୁ ଯାଇ ଶରୀରରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ମହିଳାଙ୍କ ଚିକ୍ରାର ଶୁଣି ପରିବାର ସଦସ୍ୟ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ମହିଳାଙ୍କ ଶରୀରର ୭୦% ପୋଡ଼ି ଯାଇଥିବା ଡ଼ାକ୍ତରଙ୍କ ସୁତ୍ରରୁ ପ୍ରକାଶ ।

Advertisement