ପାରଳାଖେମୁଣ୍ଡି,୨୪।୧୧(ଡି.ଏଚ/ପ୍ରଭାତ କୁମାର ପାତ୍ର) : ସେରଙ୍ଗ ଏନେମ ସେଣ୍ଟରରୁ ଚୋରି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ଟେବକୁ ଜବତ କରିଛି ସେରଙ୍ଗ ପୋଲିସ। ଗତ ମେ ମାସ ୨୭ ତାରିଖରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତ୍ରିରେ ଏନମ ସେଣ୍ଟରର ତାଲା ଭାଙ୍ଗି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟେବ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗ ପ୍ରକାରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଥୀବା ବେଳେ, ଆଜି ଅଭିଯୁକ୍ତ P ଡେଭିଡକୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ASP ସିତାରାମ ସଥପତି।
















