Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ପାତଳେଶ୍ୱର ମନ୍ଦିର ପରିସରରେ ବ୍ରହ୍ମପୁର ଡେଭଲପମେଣ୍ଟ କମିଟିର ବୈଠକ

ପାତଳେଶ୍ୱର ମନ୍ଦିର ପରିସରରେ ବ୍ରହ୍ମପୁର ଡେଭଲପମେଣ୍ଟ କମିଟିର ବୈଠକ

262
ADVERTISEMENT

ବ୍ରହ୍ମପୁର,୨୪।୧୧(ଡି.ଏଚ/ହିମାଂଶୁ ପାଢ଼ୀ) : ବ୍ରହ୍ମପୁର ପାତଳେଶ୍ୱର ମନ୍ଦିର ପରିସରରେ ବ୍ରହ୍ମପୁର ଡେଭଲୋପମେଣ୍ଟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡ଼.ରାମହରି ଖଣ୍ଡୁଆଳଙ୍କ ତତ୍ୱବାଧାନରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏହି ବୈଠକରେ ନୂତନ ଭାବେ କମିଟି ଗଠନ କରାଯାଇ କର୍ମକର୍ତା ମାନଙ୍କୁ ଚୟନ କରାଯାଇଥିଲା। ବ୍ରହ୍ମପୁର ସହରକୁ ଉନ୍ନତି ଦିଗରେ ଆଗେଇ ନେବା ସହ ସମାଜରେ ରହିଥିବା ଅସହାୟ ଲୋକଙ୍କୁ କିଭଳି ସାହାର୍ଯ୍ୟ କରାଯାଇପାରିବ ସେନେଇ ସଂଗଠନ ପକ୍ଷରୁ ସମସ୍ତ ସାହାର୍ଯ୍ୟ ପ୍ରକାର ସାହାର୍ଯ୍ୟ ଯୋଗାଇଦେବା ଏହି ବୈଠକର ମୂଳ ଲକ୍ଷ୍ୟ। ଏହି ଅବସରରେ ପ୍ରଭାକର ସାହୁ, ବିଶ୍ୱ ଦେବ, ଶ୍ରୀନିବାସ ରାଓ, ତ୍ରିନାଥ ମହାରଣା, ରବି ନାରାୟଣ ମହାରଣା, କେ.ନୃଷିଙ୍ଘ ଚନ୍ଦ୍ର ପାତ୍ର, ଶଙ୍କର ପାତ୍ର, ଏସ. ମିନଖି, କିଶୋର ଚନ୍ଦ୍ର ନାୟକଙ୍କ ସମେତ ୧୦୦ ରୁ ଉର୍ଦ୍ଧ ଲୋକ ବୈଠକରେ ସାମିଲ ହୋଇଥିଲେ।

Advertisement